By Our Correspondent
PURI:ଆଜି ରଥ ନିର୍ମାଣର ୫୫ ତମ ଦିବସରେ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ସମୟରେ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଗତକାଲି ସୁଦ୍ଧା ତିନିରଥ ର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଶେଷ ହେବାସହ ଚିତ୍ରକାର ସେବକ ମାନଙ୍କ ଦ୍ଵାରା ପ୍ରଭା ରେ ରଙ୍ଗ ପୂର୍ବରୁ ପ୍ରାଇମର ଦେବା ସହ ତିନିରଥ ଦୁଆର ବେଢ଼ା ରେ କନା ପକା କାର୍ଯ୍ୟ ଆରମ୍ଭ ହୋଇଥିଲା.
ଆଜି ତିନିରଥ ର ମହାରଣା ସେବକ ଏବଂ ଭୋଇ ସେବକ ମାନେ ମିଶି ତିନି ରଥର ସମ୍ମୁଖ ଭାଗକୁ ଛଡି ପ୍ରତି ପାର୍ଶ୍ଵରେ ତିନୋଟି ଲେଖାଏଁ ୯ ଗୋଟି ପାର୍ଶ୍ଵ ଦେବ ଦେବୀ ଙ୍କୁ ଜଳଯନ୍ତ୍ର ଖାପରେ ସେଟିଙ୍ଗ କରି, ଶିଖର ଡମ୍ବରୁ ଆସ୍ଥାନ ସଂଯୋଗ କରିଛନ୍ତି।
ଚିତ୍ରକାର ସେବକ ମାନେ ତିନିରଥ ର ପ୍ରଭା ଗୁଡ଼ିକର ରୂପ ଖୋଦେଇ ଅଂଶ ରେ ରଙ୍ଗ ଚିତ୍ର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ଏଥିସହ ଚିତ୍ର କାର ସେବକ ମାନେ ତିନିରଥ ସାରଥୀଙ୍କ ରଙ୍ଗ ଚିତ୍ର କାର୍ଯ୍ୟ ଶେଷ କରିବା ସହ, ତିନିରଥ ଘୋଡ଼ା, ତିନିରଥ ବାହ୍ୟ ଅଂଶର ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ତିନିରଥ ର ଦୁଇଟି ଲେଖାଏଁ ବ୍ରେକ ପୂଲି ଲାଗିବା ସହ ବ୍ରେକ ଗୁଡ଼ିକର ତଳ ପାର୍ଶ୍ଵ ଆବଶ୍ୟକୀୟ ମରାମତି ସହ ଲାଗିଥିବା ରବର୍ ମ୍ୟାଟ ବଦଳା ଯାଇ, ନୂଆ ରବର ମ୍ୟାଟ୍ ପଡ଼ି କଣ୍ଟା ବାଡ଼ିଆ ଶେଷ ହୋଇଛି। ରଙ୍ଗ କାର୍ଯ୍ୟ ବାକି ରହିଛି।
ଦରଜୀ ସେବକ ମାନେ ତିନିରଥ କନା କାର୍ଯ୍ୟ ଶେଷ କରି , ରଥ ଉପରେ କନା ପଡ଼ିବା ପାଇଁ କନା ଯୋଡ଼ଣି କାର୍ଯ୍ୟ ଶେଷ କରିଛନ୍ତି। ଏଥିସହ ତିନିରଥ ଉଡା ଚାନ୍ଦୁଆ, ସାରଥୀ ପୋଷାକ, ବିଜେ ଚକା ପାଇଁ ବାନାରସି ଜାରୀ କନା ଖୋଳ ଏବଂ ଠାକୁରଙ୍କ ପିଠି ଏବଂ ମସ୍ତକ ପାଶ୍ଚାତ ଭାଗ ପାଇଁ ଅପସର୍ ତକିଆ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ପ୍ରଭା ବିଡିଆ କଣ୍ଟା, ବ୍ରେକ କଣ୍ଟା ସହ ଭୋଇ ସେବକ ଏବଂ କୋଠ ସୁଆଁସିଆ ସେବକ ମାନଙ୍କ ପାଇଁ ଆବଶ୍ୟକୀୟ କଟୁରି ନିର୍ମାଣ ଶେଷ କରିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୭
ତିନିରଥ ର ଭୋଇ ସେବକ – ୭୬
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୨
ଚିତ୍ରକାର ସେବକ – ୪୪
ପାଣି ବାଲା ସହାୟକ – ୧
ମୋଟ – ୨୪୭ ଜଣ

























