ରଥଖଳା:ରଥ ନିର୍ମାଣ କାର୍ଯ୍ୟ ୫୩ ତମ ଦିବସ-ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଧ୍ଵଜ ବତା କଣ୍ଟା ଯୋଗାଇବା ସହ, ଶୁଆ ପାଇଁ ନାରାଜ କଣ୍ଟା ଏବଂ କଳସ ପାଇଁ ଫାନ୍ଦ କଣ୍ଟା ଯୋଗାଇ ସାରି ତିନି ରଥର ପ୍ରଭା ପାଇଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କରୁଛନ୍ତି

0
356

By Our Correspondent

PURI: ଆଜି ରଥ ନିର୍ମାଣର ୫୩ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟକୁ ଆଗେଇନେଇ ଥିଲେ। ଏଥିସହ ଆଜି ୪୪ ଜଣ ଚିତ୍ରକାର ସେବକ ତିନି ରଥର ଆବଶ୍ୟକ ରଙ୍ଗ ଚିତ୍ର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ଗତକାଲି ସୁଦ୍ଧା ତିନିରଥ ର ଚାରୋଟି ଲେଖାଏଁ ଦୁଆର ବେଢ଼ା ରୁ ତିନି ରଥର ଆଗ, ପଛ ଦୁଆର ବେଢ଼ା ରଥ ଉପରକୁ ଉଠିବା ସହ ତିନିରଥ ର ପ୍ରଭା ରେ ଚିତ୍ର ଖୋଦେଇ କାର୍ଯ୍ୟ ଜାରୀ ରହିଥିଲା.

ଗତକାଲି ତିନିରଥ ର ଆଗ ଏବଂ ପଛ ଦୁଆର ବେଢ଼ା ରଥ ଉପରକୁ ଉଠିଥିଲା,ଆଜି ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ନେତୃତ୍ୱରେ ତିନିରଥ ର ଭୋଇ ସେବକ ମାନେ ମିଶି ତିନି ରଥର ଦୁଇଟି ଲେଖାଏଁ ପାର୍ଶ୍ଵ ଦୁଆର ବେଢ଼ା କୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ ସହ ସଂଯୋଗ କରି ବାନ୍ଧେଣି କରିଥିଲେ।
ଆଜି ତିନିରଥ ର ଦୁଆର ବେଢ଼ା କୁ ମଜବୁତ୍ କରି ରଖିବା ପାଇଁ ଦୁଆର ବେଢ଼ା ଗୁଡ଼ିକର ଉପର ଭାଗ ଚନ୍ଦ୍ର ଶାଳୀ ରେ ଧ୍ଵଜ ବତା ସଂଯୋଗ କରାଯାଇ ମଝି ଭୂଇଁ ସେଣୀ ରେ କଣ୍ଟା ବସି ସେଟିଙ୍ଗ କରାଯାଇଛି। ଏଥିସହ ତିନି ରଥର ଦୁଆର ବେଢ଼ା କୁ ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢ଼ାର ନାଟ ଗୋଡ଼ ସହ ଚଉଦ ନାହାକା ରେ ଦୁଇଟି ଲେଖାଏଁ ସପୋର୍ଟ ବଟନ୍ ବା ଦୁଆର ବାଣିଆ ପ୍ରତି ରଥରେ ୧୬ ଟି ଲେଖାଏଁ ଫିଟିଙ୍ଗ କରା ଯାଇଛି।
 ଆଜି ମହାରଣା ସେବକ ମାନେ ତିନି ରଥ ଭୋଇ ସେବକ ମାନଙ୍କ ସହଯୋଗ ରେ ତିନି ରଥର ପ୍ରତି କୋଣ ଦୁଡ଼ିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇ ତିନିରଥ ର ଚାରି ପାର୍ଶ୍ବରେ ଦୁଇଟି ଲେଖାଏଁ ମଣ୍ଡଣୀବତା ପଡ଼ି ବଡ଼ଥଳ ପୋଟଳ ଠାରୁ ଚନ୍ଦ୍ର ଶାଳୀ ପର୍ଯ୍ୟନ୍ତ ଲାଗିଛି। ଆସନ୍ତା କାଲି ‘ ହାତିଆଳ ମାଳ ‘ ବା କାଠ ବଟନ୍ ଆଠଟି ଲେଖାଏଁ ବଡ଼ ଥଳ ପୋଟଳ ଠାରୁ ଦୁଆର ବେଢ଼ା ପର୍ଯ୍ୟନ୍ତ ଫିଟିଙ୍ଗ କରାଯିବ। ଫଳରେ ରଥରେ କନା ପଡ଼ିବା ସୁବିଧା ଜଣକ ହେବା ସହ, ରଥର କନା ଆବରଣ ଏକ ଗୋଲାକାର ଆକୃତି ଦୃଶ୍ୟମାନ ହେବାସହ, ରଥର ଗଠନ ଶୈଳୀ ସୁନ୍ଦର ଦେଖାଯିବା ସହ, ରଥ କନା ସୁରକ୍ଷିତ ରୁହେ।
  ରୂପକାର ସେବକ ମାନେ ତିନିରଥ ର ପ୍ରଭା ରେ ରୂପ ଖୋଦେଇ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି।  ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ଧ୍ଵଜ ବତା କଣ୍ଟା ଯୋଗାଇବା ସହ, ଶୁଆ ପାଇଁ ନାରାଜ କଣ୍ଟା ଏବଂ କଳସ ପାଇଁ ଫାନ୍ଦ କଣ୍ଟା ଯୋଗାଇ ସାରି ତିନି ରଥର ପ୍ରଭା ପାଇଁ ପ୍ରଭା ବିଡିଆ କଣ୍ଟା ନିର୍ମାଣ କରୁଛନ୍ତି। ଚିତ୍ରକାର ସେବକ ମାନେ  ରଥର ବାହ୍ୟ ଅଂଶ ଗୁଡିକର ରଙ୍ଗ କାର୍ଯ୍ୟ ସହ ସାରଥି, ଘୋଡ଼ା ଇତ୍ୟାଦି ର ରଙ୍ଗ କାର୍ଯ୍ୟ ଜାରୀ ରଖିଛନ୍ତି।

 

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ –  ୭୮
ତିନିରଥ ର ଭୋଇ ସେବକ     –  ୭୬
ତିନିରଥ ର କରତୀ ସେବକ    –    ୪
ତିନିରଥ ଓଝା କମାର ସେବକ –  ୨୦
ତିନିରଥ ର ରୂପକାର ସେବକ  –  ୨୧
ତୁମ୍ବ ବିନ୍ଧ କାରୀଗର               –   ୨
ପାହି ମହାରଣା                      –   ୨
ରଥଖଳା ସହାୟକ(ପାଣି ବାଲା) –  ୧
        ମୋଟ – ୨୦୪ ଜଣ

LEAVE A REPLY

Please enter your comment!
Please enter your name here