ରଥଖଳା:ରଥ ନିର୍ମାଣ କାର୍ଯ୍ୟ ତୃତୀୟ ଦିବସ: ତିନି ରଥର ମୋଟ ୧୧ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସହ ମାଠା କାର୍ଯ୍ୟ ଶେଷ ହୋଇଛି, ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ପାଇଁ ‘ଅରକଣ୍ଟା ‘ ପ୍ରସ୍ତୁତି ଜାରୀରଖିଛନ୍ତି

0
119

By Our Correspondent

PURI/BHUBANESWAR:  ଆଜି ରଥ ନିର୍ମାଣର ତୃତୀୟ ଦିନରେ ରଥ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ସମୟରେ    ରଥଖଳା ଠାରେ ଉପସ୍ଥିତ ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।

ଆଜି ତୃତୀୟ ଦିନର କାର୍ଯ୍ୟ ଶେଷ ସୁଦ୍ଧା ତିନି ରଥର ମୋଟ ୧୧ ଗୋଟି ତୁମ୍ବର ଗୋଲେଇ କାର୍ଯ୍ୟ ସହ ମାଠା କାର୍ଯ୍ୟ ଶେଷ ହୋଇଛି.

(ସେଥି ମଧ୍ୟରୁ ତାଳଧ୍ଵଜ ରଥର ୪ ଗୋଟି, ଦେବୀ ରଥର ୩ ଗୋଟି ଏବଂ ନନ୍ଦିଘୋଷ ରଥର ୪ ଗୋଟି  ଏହିପରି ମୋଟ ୧୧ ତୁମ୍ବ ର ଗୋଲେଇ ସହ ମାଠା କାର୍ଯ୍ୟ ଶେଷ ହୋଇଛି)

ଆଜି ସୁଦ୍ଧା କରତୀ ସେବକ ମାନେ ୨୦ ଗୋଟି  ତୁମ୍ବ ଗଡ ଚିରଟ କରି ତିନି ରଥ ଚାଳି କୁ ଯୋଗାଉଛନ୍ତି ।( ସେଥି ମଧ୍ୟରୁ ତାଳଧ୍ଵଜ ରଥ ଚାଳି କୁ ୭ ଟି, ଦେବୀ ରଥ ଚାଳି କୁ ୬ ଟି ଏବଂ ନନ୍ଦିଘୋଷ ରଥ ଚାଳି କୁ ୭ ଟି  ତୁମ୍ବ ଗଡ କରତୀ ସେବକ  ଚିରଟ କରି ଯୋଗାଇଛନ୍ତି )

ଆଜି ବାକି ତୁମ୍ବ ଗଡ ଗୁଡ଼ିକୁ ଚିରଟ ପାଇଁ ତିନି ରଥର ମୁଖ୍ୟ ମହାରଣା ସେବକ ମାନେ ଉଦ୍ଦିଷ୍ଟ ଫାଶୀ କାଠ ଗୁଡିକରେ ମାପ ଚିହ୍ନ ଦେବା ପରେ ଭୋଇ ସର୍ଦ୍ଦାର ଙ୍କ ତତ୍ୱାବଧାନରେ ଭୋଇ ସେବକ ମାନେ ତୁମ୍ବ ଚିରଟ ପାଇଁ କାଠ ଗଡ ଗୁଡ଼ିକୁ ସାଇଜ କରି ରଖିଛନ୍ତି ।

ଦୋଳ ବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନିରଥ ପାଇଁ  ‘ଅରକଣ୍ଟା ‘ ପ୍ରସ୍ତୁତି ଜାରୀରଖିଛନ୍ତି ।

ରଥ ନିର୍ମାଣକାରୀ ଙ୍କ ଉପସ୍ଥାନ

ତିନି ରଥର ମହାରଣା ସେବକ -୩୦

ତିନି ରଥର ଭୋଇ ସେବକ    – ୧୯

ତିନି ରଥର କରତୀ ସେବକ   –   ୪

ତିନି ରଥର କମାର ସେବକ   –   ୬

ରଥଖଳା ସହାୟକ(ପାଣିବାଲା) ୧

ମୋଟ – ୬୦ ଜଣ

LEAVE A REPLY

Please enter your comment!
Please enter your name here