By Our Correspondent
PURI:ଆଜି ରଥ ନିର୍ମାଣର ୩୮ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥଖଳା ଠାରେ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ୍ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ।
ଗତକାଲି ସୁଦ୍ଧା ତିନିରଥ ପାଞ୍ଚ ଦଣ୍ଡା ରେ ଆଗ ଆଣି,ପଛ ଆଣି ଗରଗରା ପଡ଼ି ଦଣ୍ଡା ଉଭୟ ପାର୍ଶ୍ବରେ ଗୋଟିଏ ଗୋଟିଏ ପୋଲ ଗୟଳ ମୋଡା ଶେଷ ହୋଇଥିଲା.
ଆଜି ପୂର୍ବାହ୍ନରେ ତିନି ରଥର ମୁଖ୍ୟ ମହାରଣା ମାନେ ନଡ଼ିଆ ବାଡେଇ ଅନୁକୂଳ ପୂଜା ପୂର୍ବକ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ବରେ ଭୋଇ ସେବକଙ୍କ ଦ୍ଵାରା ଚାରି ବାହାକା କୁ ଗରଗରା ବିନ୍ଧରେ ସଂଯୋଗ କରି ଚାରି ନାହାକା ଉଠିବା ପର୍ବ ଶେଷ କରିଛନ୍ତି।
ଏତଦ୍ ବ୍ୟତୀତ ଆଜି ତିନିରଥ ର ମହାରଣା ସେବକ ଏବଂ ଭୋଇ ସେବକ ମାନଙ୍କ ସହଯୋଗରେ ପାର୍ଶ୍ଵ ଦଣ୍ଡା ମାନଙ୍କରେ ତିନୋଟି ଲେଖାଏଁ ଜଳଯନ୍ତ୍ର ଏବଂ ଦୁଇଟି ଲେଖାଏଁ କୋଣ ଗୁଜ ଖଞ୍ଜି ତା’ଉପରେ ନିରାଡ଼ି ସଂଯୋଗ ଶେଷ କରିଛନ୍ତି।
ଏଥିସହ ଆଜି ତିନି ରଥର ଦୁଇଟି ଲେଖାଏଁ ପାର୍ଶ୍ଵ ଗୟଳ ମୋଡା ଶେଷ ହୋଇଛି। ଏହି ପାର୍ଶ୍ଵ ଗୟଳ ପଛ ପାର୍ଶ୍ଵ କୋଣ ଗୁଜରୁ ସମ୍ମୁଖ ଭାଗ କୋଣ ଗୁଜ ସହ ସଂଯୋଗ ହୋଇଛି ଗୟଳ କୁ ଟେକି ଧରିବା ପାଇଁ ମଝିରେ ପାଞ୍ଚ ଗୋଟି ଟାଣ ବା ଖମ୍ଭୀ ସଂଯୋଗ ହୋଇ ଗୟଳ କୁ ଧନୁ ପରି ସେଟିଂ କରାଯାଇଛି।
ଏଥିସହ ଆଜି ତିନି ରଥର ଗୋଟିଏ ଗୋଟିଏ ଛନ୍ଦା ଗୟଳ ମୋଡା ଶେଷ ହୋଇଛି। ଆସନ୍ତାକାଲି ଆଉ ଦୁଇଟି ଲେଖାଏଁ ଚାନ୍ଦା ଫଟ ତିନି ରଥରେ ସେଟିଂ ପରେ ତିନିରଥ ଯୋକା ଫିତିଂ କରାଯିବ।
ରୂପକାର ସେବକ ମାନେ ତିନିରଥ ର ନାଟ ଗୋଡ଼ରେ ରାହୁ ରୂପ ବା ଗନ୍ଧର୍ବ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ଓଝା ସେବକ ମାନେ ତିନି ରଥର ନଦା କଣ୍ଟା ସହ ପୋଟଳ ବତା କଣ୍ଟା ଏବଂ ଚାନ୍ଦା ଗୟଳ କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି।
ରଥ ନିର୍ମାଣକାରୀଙ୍କ ଉପସ୍ଥାନ
ତିନିରଥ ର ମହାରଣା ସେବକ – ୭୮
ତିନିରଥ ର ଭୋଇ ସେବକ – ୭୭
ତିନିରଥ ର କରତୀ ସେବକ – ୪
ତିନିରଥ ଓଝା କମାର ସେବକ – ୨୦
ତିନିରଥ ର ରୂପକାର ସେବକ – ୨୧
ତୁମ୍ବ ବିନ୍ଧ କାରୀଗର – ୨
ପାହି ମହାରଣା – ୩
ରଥଖଳା ସହାୟକ ( ପାଣି ବାଲା) – ୧
ମୋଟ – ୨୦୬ ଜଣ




























