ରତ୍ନଭଣ୍ଡାର ଅପୂର୍ବ ସଂଯୋଗ, ବାପା ଖୋଲିଥିଲେ ପୁଅ ଖୋଲିଲେ

0
126

By Our Correspondent

PURI/BHUBANESWAR:  ରତ୍ନଭଣ୍ଡାର ଅପୂର୍ବ ସଂଯୋଗ,  ବାପା ଖୋଲିଥିଲେ ପୁଅ ଖୋଲିଲେ.

ବାପାଙ୍କ ପରେ ପୁଅ ଅମଳରେ ଖୋଲିଲା ରତ୍ନଭଣ୍ଡାର । ସେବେ ୧୯୭୮ ମସିହାରେ ବାପା ବିଶ୍ୱଭୂଷଣ ହରିଚନ୍ଦନ ଥିଲେ ଆଇନମନ୍ତ୍ରୀ । ଏବେ 2024 , ପୁଅ ପୃଥ୍ୱୀରାଜ ହରିଚନ୍ଦନ ବି ଆଇନମନ୍ତ୍ରୀ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରେ ଦୀର୍ଘ ୪୬ ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲାଗଲା.ଚାବିରେ ଖୋଲିଲାନି, ଭଙ୍ଗାଗଲା ରତ୍ନଭଣ୍ଡାର ତାଲା.ରତ୍ନଭଣ୍ଡାର ଖୋଲାଯାଇ ମହାପ୍ରଭୁଙ୍କ କିରୀଟି, ହାତ ପାଦ ବାହାର କରି ଚାଙ୍ଗଡ଼ା ଘରେ ରଖା ହେଉଛି.ଶେଷ ଥର ପାଇଁ ୧୯୭୮ ମସିହାରେ ଖୋଲିଥିଲା ଭିତର ରତ୍ନଭଣ୍ଡାର ।’

ରାଜ୍ୟ ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ରତ୍ନ ଭଣ୍ଡାର ଯାଞ୍ଚ କମିଟି ପକ୍ଷରୁ ରତ୍ନ ଭଣ୍ଡାରର ଅନୁଧ୍ୟାନ ଚାଲିଛି.

‘ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାରେ ଦୀର୍ଘ ୪୬ ବର୍ଷ ପରେ ଆଜି ରତ୍ନଭଣ୍ଡାର ଖୋଲାଗଲା । ଏ ମହାନ୍ କାର୍ଯ୍ୟ ସଫଳ ହେଉ, ଏତିକି ମୋର କାମନା ।ଜୟ ଜଗନ୍ନାଥ, CM Mohan Charan Majhi said.

LEAVE A REPLY

Please enter your comment!
Please enter your name here