ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୁଲ୍ୟରେ ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସହଯୋଗରେ ତ୍ରିଦିବସୀୟ ଚତୁର୍ଥ ରାଜ୍ୟ ସ୍ତରୀୟ ଯୋଗାସନ କ୍ରୀଡା ପ୍ରତିଯୋଗିତା ଉଦଘାଟିତ

0
367
ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୁଲ୍ୟରେ ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସହଯୋଗରେ ତ୍ରିଦିବସୀୟ ଚତୁର୍ଥ ରାଜ୍ୟ ସ୍ତରୀୟ ଯୋଗାସନ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ସ୍ଥାନୀୟ ତାଳବଣିଆ ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ I

By Our Correspondent

PURI/BHUBANESWAR:  ଯୋଗାସନ ସ୍ପୋର୍ଟ୍ସ ଆସୋସିଏସନ୍ ଆନୁକୁଲ୍ୟରେ ଏବଂ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ସହଯୋଗରେ ତ୍ରିଦିବସୀୟ ଚତୁର୍ଥ ରାଜ୍ୟ ସ୍ତରୀୟ ଯୋଗାସନ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି I ସ୍ଥାନୀୟ ତାଳବଣିଆ  ଜଗନ୍ନାଥ ଷ୍ଟାଡିୟମ୍ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ I

 ଅନ୍ୟମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ଉପ ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ଓ ସମ୍ପାଦକ ରବିଶଙ୍କର ପ୍ରତିହାରୀ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ରାଜ୍ୟ ସମ୍ପାଦକ ସରୋଜକାନ୍ତ ମହାପାତ୍ର ଏବଂ କୋଷାଧ୍ୟକ୍ଷ ଦିବାକର ହରିଚନ୍ଦନ ପ୍ରମୁଖ ମଞ୍ଚାସୀନ ଥିଲେ I

ଆତ୍ମା ସହିତ ପରମାତ୍ମାଙ୍କ ମିଳନ ହିଁ ଯୋଗ I ଯୋଗ ଏକ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ I ସୁସ୍ଥ ମଣିଷ,ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ପାଇଁ ଯୋଗର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଅତିଥି ବକ୍ତବ୍ୟ ରଖିଥିଲେ I ପ୍ରତିଯୋଗିତା ନିର୍ଦ୍ଦେଶକ ନିଖିଳ କୁମାର ଦଳାଇ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ I ଉଦଘୋଷକ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ I

 ଏହି ଅବସରରେ ପ୍ରତିଯୋଗୀଙ୍କ ଦ୍ଵାରା ଚିତ୍ତାକର୍ଷକ ଯୋଗ ପ୍ରଦର୍ଶନ କରାଯାଇଥିଲା I ପରିଚାଳନାରେ ଅନ୍ୟତମ ନିର୍ଦ୍ଦେଶକ ପ୍ରକାଶ କୁମାର ଗୋଛି, ଜୁରୀ ଭାବେ ଡକ୍ଟର ଆଲୋକ କୁମାର ସ୍ଵାଇଁ, ମନୋଜ କୁମାର ମୁଖାର୍ଜୀ ଓ ରମା ବଲ୍ଳଭ ମହାପାତ୍ର ପରିଚାଳନା କରୁଛନ୍ତି I ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫୦ ଜଣ ପ୍ରତିଯୋଗୀ ଏବଂ ୩୦ ଜଣ ଅଫିସିଆଲ୍ ଯୋଗ ଦେଇଛନ୍ତି I ଆସନ୍ତା ତିନି ତାରିଖ ଦିନ ଏହା ଉଦଯାପିତ ହେବାର କାର୍ଯ୍ୟକ୍ରମ ରହିଛି I

LEAVE A REPLY

Please enter your comment!
Please enter your name here