ଯୁଗ୍ମ ସଂସଦୀୟ କମିଟି ନିକଟରେ ଭାରତୀୟ ସମ୍ବିଧାନର ୪୪ ତମ ସଂଶୋଧନ ସଂକ୍ରାନ୍ତ ୱାକଫ ବୋର୍ଡ ବିଲ ୨୦୨୪(ସଂଶୋଧନ) କୁ ସମର୍ଥନ କରି ଏକ ଆବେଦନପତ୍ର ପ୍ରଦାନ କଲା ଜଗନ୍ନାଥ ସେନା

0
47

By Our Correspondent

BHUBANESWAR:   ଜଗନ୍ନାଥ ସେନା ହୋଟେଲ ମେ ଫେୟାର ପରିସରରେ ଯୁଗ୍ମ ସଂସଦୀୟ କମିଟି ନିକଟରେ ଭାରତୀୟ ସମ୍ବିଧାନର ୪୪ ତମ ସଂଶୋଧନ ସଂକ୍ରାନ୍ତ ୱାକଫ ବୋର୍ଡ ବିଲ ୨୦୨୪(ସଂଶୋଧନ) କୁ ସମର୍ଥନ କରି ଏକ ଆବେଦନପତ୍ର ପ୍ରଦାନ କରିଛି।

ଏହି ଆବେଦନପତ୍ରରେ ଜଗନ୍ନାଥ ସେନାର ରାଷ୍ଟ୍ରୀୟ ଆବାହକ ଉଲ୍ଲେଖ କରିଛନ୍ତି ଯେ ହିନ୍ଦୁ ଓ ମୁସଲମାନ ମଧ୍ୟରେ କୌଣସି ଫରକ ରହିବା ଉଚିତ ନୁହେଁ। ଉଭୟ ସମ୍ପ୍ରଦାୟ ପାଇଁ ଗୋଟିଏ ଆଇନ ରହିବା ଉଚିତ। ହିନ୍ଦୁ ବିଦ୍ୟାଳୟରେ ଯେପରି ଡ୍ରେସ କୋଡ଼ ଲାଗୁ ହୋଇଛି ଠିକ ସେହିପରି ମଦ୍ରାସାରେ ଲାଗୁ ହେବା ଉଚିତ। ୱାକଫ ବୋର୍ଡ ଓ ବିଭିନ୍ନ ମୁସଲମାନ ଶିକ୍ଷାନୁଷ୍ଠାନକୁ ଯେଉଁସବୁ ବିଦେଶୀ ଉତ୍ସରୁ ଅର୍ଥ ଆସୁଛି ତାହାର ଅଡିଟ କରାଯାଉ। ଫଳରେ ଆତଙ୍କବାଦ କାର୍ଯ୍ୟରେ ଏହା ବିନିଯୋଗ ହୋଇ ପାରିବ ନାହିଁ। ସେହିପରି ମଦ୍ରାସା ଓ ଅନ୍ୟ ମୁସଲମାନ ଶିକ୍ଷାନୁଷ୍ଠାନର ଜମି ତହସିଲ ରେକର୍ଡ ଭୁକ୍ତ କରାଯାଉ।

ସ୍ୱଚ୍ଛତା ବଜାୟ ରଖିବା ପାଇଁ ୱାକଫ ବୋର୍ଡ ସମ୍ପତ୍ତି, ମଦ୍ରାସା ସମ୍ପତ୍ତି ଓ ମୁସଲମାନ ଅନୁଷ୍ଠାନର ସମ୍ପତ୍ତିର ଡିଜିଟାଇଜେସନ କରାଯିବା ଉଚିତ। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର।

ତେଣୁ ସମସ୍ତ ଧର୍ମର ନାଗରିକଙ୍କୁ ସମାନ ଅଧିକାର ପ୍ରଦାନ କରାଯିବା ଉଚିତ। କୌଣସି ଧର୍ମକୁ ସ୍ୱତନ୍ତ୍ର ଅଧିକାର ପ୍ରଦାନ କରାଯିବା ଉଚିତ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଯେପିସିରେ ଅଧ୍ୟକ୍ଷ ଜଗଦମ୍ବିକା ପାଲ, ସଦସ୍ୟ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜାମ୍ମୁ କାଶ୍ମୀର ସାଂସଦ ଗୁଲାମ ଅଲ୍ଲୀ ଏବଂ ଆସାମର ସାଂସଦଙ୍କ ସହ ଅନ୍ୟାନ୍ୟ ସାଂସଦ ଓ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସେନା ସତ୍ୟପାଠ ମାଧ୍ୟମରେ ସାକ୍ଷ ପ୍ରଦାନ କଲେ।

ଏହି ୪୪ ତମ ସଂଶୋଧନ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓ ଏହା ବହୁତ ଆଗରୁ ହେବାର ଥିଲା ବୋଲି ସେନା ପକ୍ଷରୁ ପ୍ରକାଶ କରାଯାଇଥିଲା। ଏଥିରେ ଜଗନ୍ନାଥ ସେନା ପକ୍ଷରୁ ଆବାହକ ପ୍ରିୟଦର୍ଶନ ପଟ୍ଟାନାୟକ, ରାଷ୍ଟ୍ରବାଦୀ ନେତା ସୌରଭ ଚାନ୍ଦ, ସାମ୍ବାଦିକ ସୋମନାଥ ସାହୁ, ସଦସ୍ୟା ସ୍ୱପ୍ନାରାଣୀ ପଟ୍ଟନାୟକ, ସଦସ୍ୟା ସସ୍ମିତା ମିଶ୍ର, ସଦସ୍ୟା ସୋନାଲି ପହି ଏବଂ ସଦସ୍ୟା ଆଇନଜୀବୀ ସନ୍ତୋଷ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

 

LEAVE A REPLY

Please enter your comment!
Please enter your name here