ଯାଜପୁର ବିରଜା ହାଟ ହିଂସା ପ୍ରସଙ୍ଗ- ଗଣତନ୍ତ୍ରରେ ହିଂସାକୁ କେହି ସମର୍ଥନ କରିବା ଉଚିତ୍ ନୁହେଁ, କ୍ଷମତା ଯିବା ପରେ ବିରୋଧୀ ହେବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇନାହିଁ ବିଜେଡି, ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ପ୍ରାୟୋଜିତ ଗଣ୍ଡଗୋଳ ଭିଆଉଛନ୍ତି- ମନମୋହନ ସାମଲ

0
81
BJP Odisha unit President Manmohan Samal-file

By Our Correspondent

BHUBANESWAR:  ଗଣତନ୍ତ୍ରରେ ହିଂସାକୁ କେହି ସମର୍ଥନ କରିବା ଉଚିତ୍ ନୁହେଁ । ବିଜେଡି କେଉଁ ଅର୍ଥରେ ଏହାକୁ ସମର୍ଥନ କରୁଛନ୍ତି ତାହା ବୁଝାପଡ଼ୁନି । ସେମାନେ ଏହାକୁ ନିନ୍ଦା କରିବା ସହ ବିରୋଧ କରିବା ଆବଶ୍ୟକ । ଆଇନ୍ ତା’ବାଟରେ ଯିବ ବୋଲି କହିବା ଉଚିତ୍ ।

ପୂର୍ବରୁ ସେମାନେ ବହୁତ୍ ବଡ଼ବଡ଼ କଥା କହୁଥିଲେ । ହେଲେ କ୍ଷମତା ଯିବା ପରେ ବିରୋଧି ହେବାକୁ ମାନସିକସ୍ତରରେ ପ୍ରସ୍ତୁତ ହୋଇନାହାନ୍ତି । ସେମାନଙ୍କୁ ଧୈର୍ଯ୍ୟ ରଖିବାକୁ ପଡ଼ିବ । ଭଗବାନ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ । ସେମାନେ ଭୁଲ ରାସ୍ତାକୁ ନ ଯାଆନ୍ତୁ । ହିଂସା ରାସ୍ତା ପରିହାର କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଯାଜପୁର ଜିଲ୍ଲା ବିରଜା ହାଟ ହିଂସା ପ୍ରସଙ୍ଗରେ ବକ୍ତବ୍ୟ ଦେଇ ଶ୍ରୀ ସାମଲ କହିଛନ୍ତି ଯେ, ଜଣେ ବ୍ୟକ୍ତି ତା’ ନିଜ ସ୍ୱାର୍ଥ ପାଇଁ ସବୁକିଛି କରୁଛି । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଏହା ପ୍ରାୟୋଜିତ ଗଣ୍ଡଗୋଳ ଭଳି ଜଣାପଡ଼ୁଛି । ତଦନ୍ତ ହେଲେ ସବୁ କିଛି ସ୍ପଷ୍ଟ ହେବ ।

ଏହି ଘଟଣାର ଯେତେ ନିନ୍ଦା କଲେ ବି କମ୍ ହେବ । ବିଜେଡି ଯେତେ ପ୍ରେସ୍‌ରେ କୁହନ୍ତୁ, ମାତ୍ର ଚୋର ଚୋର ବୋଲି ଭିଡ଼ରେ କହି ଚୋର ଖସିଯିବା ଭଳି କାମ ହେଉଛି । ନିଜ ତ୍ରୁଟି ସ୍ୱୀକାର କରନ୍ତୁ । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଗଣ୍ଡଗୋଳ ହେଉଛି ବୋଲି ମାନିଯାଆନ୍ତୁ ।

ଯଦି କିଛି କାମ କରିପାରି ନାହାନ୍ତି, ମାନିଯାଆନ୍ତୁ ବିଜେପି ସରକାର କରିବ । ୧୫ ବର୍ଷ ଭିତରେ କେଉଁ ସବୁ କାମ କରି ପାରିନାହଁ ତାହାକୁ ସ୍ୱୀକାର କରନ୍ତୁ, ବିଜେପି ଏଇ ୫ ବର୍ଷରେ କରିଦେବ । ଏସବୁ ବିଷୟ ସେମାନେ ରାତିରେ ଶୋଇବା ପୂର୍ବରୁ ଚିନ୍ତା କରନ୍ତୁ । ନିଜେ କରିଥିବା ଭୁଲ୍‌ର ପ୍ରାୟଶ୍ଚିତ କରନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here