ମେ’ ୧୩ରୁ“ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ” କାର୍ଯ୍ୟକ୍ରମ, ରାଜ୍ୟର ୧୦ ପ୍ରମୁଖ ସ୍ଥାନରେ ହେବ ଚାଷୀ ସମାବେଶ, ଚଳିତ ଖରିଫ ଋତୁରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ୭୪ ଲକ୍ଷ୍ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରି ରାଜ୍ୟ ସରକାର ରେକର୍ଡ ସୃଷ୍ଟି କରିଛନ୍ତି

0
305

By Our Correspondent

BHUBANESWAR:  ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଓଡିଶା ଚାଷୀମାନଙ୍କର ଆୟକୁ ୨ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମାତ୍ର ୧୦ ମାସ ଶାସନ କାଳ ମଧ୍ୟରେ ଚାଷୀଙ୍କୁ ସମୃଦ୍ଧି କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି।

ଧାନ କୁଇଂଟାଲ ପିଛା ନୂନତମ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ପ୍ରଦାନ କରିବା ସହ ଶୃଙ୍ଖଳିତ ଭାବେ ଓ ସ୍ୱଚ୍ଛତାର ସହ ଧାନ କିଣା କାରବାର କରିଛନ୍ତି। ଚଳିତ ଖରିଫ ଋତୁରେ ୧୭ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ୭୪ ଲକ୍ଷ୍ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରି ରାଜ୍ୟ ସରକାର ରେକର୍ଡ ସୃଷ୍ଟି କରିଛନ୍ତି। ଚାଷୀମାନଙ୍କର ଅର୍ଥ ନୈତିକ ମାନଦଣ୍ଡ ବୃଦ୍ଧି କରିବା ପାଇଁ ଏହି ପ୍ରୟାସ ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ।

ଏଥିପାଇଁ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୧୦ ପ୍ରମୁଖ ସ୍ଥାନରେ “ଧନ୍ୟବାଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ” କାର୍ଯ୍ୟକ୍ରମ କରାଯିବ। ଏନେଇ ମେ’ ୧୩ ତାରିଖରେ ଚାନ୍ଦବାଲି, ୧୫ ତାରିଖ କରଞ୍ଜିଆ, ୧୭ ତାରିଖ ଜଗତ୍‌ସିଂହପୁର, ୧୮ ତାରିଖ ଅନୁଗୁଳ, ୨୦ ତାରିଖ ସୁବର୍ଣ୍ଣପୁର, ୨୨ ତାରିଖ ଭବାନୀପାଟଣା, ୨୬ ତାରିଖ ରାୟଗଡା, ୨୮ ତାରିଖ ଭଞ୍ଜନଗର, ୩୦ ତାରିଖ ସୁନ୍ଦରଗଡ଼ ଓ ୩୧ ତାରିଖ ଦିନ ଢେଙ୍କାନାଳଠାରେ ଏହି ଚାଷୀ ସମାବେଶ କରାଯିବ।

ଏସବୁ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦାନ କରିବେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓ କେନ୍ଦ୍ରର ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକ ଓ ବିଜେପିର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିବେ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ୱର ସାହୁ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here