By Our Correspondent
PURI:ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜି ମାସିକ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଗତ ମାସରେ ଅଧିକାରୀ, କର୍ମଚାରୀ ମାନଙ୍କୁ ଦିଆଯାଇଥିବା ନିର୍ଦ୍ଦିଷ୍ଟ ଦାୟିତ୍ୱର ଅଗ୍ରଗତି ସମୀକ୍ଷା କରିବା ସହ ଆଗାମୀ ଦିନ ପାଇଁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହୋଇଅଛି।
ଏଥିସହିତ ଆଗାମୀ ରଥଯାତ୍ରା ଏବଂ ଅକ୍ଷୟ ତୃତୀୟା ପାଇଁ ମଧ୍ୟ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ମୁଖ୍ୟ ପ୍ରଶାସକ। ରଥ ନିର୍ମାଣ ପାଇଁ ରଥ କାଠ, ରଥ ଦଉଡି଼, ରଥ କନା, ଝୁଣା, ଚନ୍ଦନ, ବାସୁଙ୍ଗା ପାଟ ସହିତ ଆନୁସଙ୍ଗିକ ଜିନିଷାତର ଉପଲବ୍ଧତା ନେଇ ଆଲୋଚନା କରିବା ସହ ଠିକଣା ସମୟରେ ସଂଗ୍ରହ କରାଯିବା ନେଇ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଥିଲେ। ସେହିପରି ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସକାଶେ ବଉଳ କାଠ ସଂଗ୍ରହ ନିମନ୍ତେ ରାଜ୍ୟର ଭକ୍ତ ମଣ୍ଡଳୀଙ୍କୁ ଅପିଲ କରିଛନ୍ତି ମୁଖ ପ୍ରଶାସକ ।
ଏଥିସହ ଶ୍ରୀଗୁଣ୍ଡିଚା ମନ୍ଦିର ତଥା ବିଭିନ୍ନ ନିର୍ମାଣାଧୀନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ନିଜେ ବୁଲି ଦେଖିଛନ୍ତି ମୁଖ୍ୟ ପ୍ରଶାସକ।
ଆଜିର ସମୀକ୍ଷା ବୈଠକ ଅବସରରେ ଶ୍ରୀମନ୍ଦିର ପ୍ରଶାସନର YouTube Channel ର ମାଇକ ତଥା ଲୋଗୋ ଉନ୍ମୋଚନ ହୋଇଅଛି।

























