ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କମିସନରେଟ ପୋଲିସ ଅନ୍ତର୍ଗତ ଭୁବନେଶ୍ୱରର ନୟାପଲ୍ଲୀ ଥାନାଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି

0
278

By Our Correspondent

BHUBANESWAR:  ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କମିସନରେଟ ପୋଲିସ ଅନ୍ତର୍ଗତ ଭୁବନେଶ୍ୱରର ନୟାପଲ୍ଲୀ ଥାନାଠାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି ନବନିର୍ମିତ ଥାନା ଗୃହ ଉଦଘାଟନ କରିଛନ୍ତି।ଲୋକଙ୍କୁ ଉନ୍ନତ ସେବା ସହ ପୋଲିସ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତାକୁ ଆହୁରି ପ୍ରଭାବଶାଳୀ କରିବା ପାଇଁ ଆବଶ୍ୟକ ସମ୍ବଳ, ତାଲିମ ଏବଂ ଭିତ୍ତିଭୂମି ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ନୂତନ ଭାବେ ଉଦଘାଟିତ ଥାନା ଗୃହ ମଧ୍ୟରେ  ଭୁବନେଶ୍ୱରର ନୟାପଲ୍ଲୀ ଥାନା ସହିତ ଅନୁଗୋଳ ଜିଲ୍ଲାର ସମଲ ଓ ସଦର ଥାନା, ବରଗଡ଼ ଜିଲ୍ଲାର ଭେଡେନ, କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଟାଉନ ଥାନା, କୋରାପୁଟ ଜିଲ୍ଲାର ସୁଙ୍କି ଓ କୋରାପୁଟ ଟାଉନ ଥାନା, ମାଲକାନଗିରି ଜିଲ୍ଲାର କୋରକୁଣ୍ଡା, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, କମିଶନରେଟ ପୋଲିସ ଅନ୍ତର୍ଗତ କଟକର ସି.ଆର.ଆର.ଆଇ ଏବଂ ମଙ୍ଗଳାବାଗ ଥାନା, ଜଗତସିଂହପୁର ଜିଲ୍ଲାର ପାରାଦୀପ ଲକ୍ ଥାନା, ଯାଜପୁର ଜିଲ୍ଲାର ଧର୍ମଶାଳା ଓ କୋରେଇ ଥାନାର ନବନିର୍ମିତ ଥାନା ଗୃହ ରହିଛି।

ଏହି ନବ ନିର୍ମିତ ଥାନା ଗୁଡିକରେ ଭିନ୍ନକ୍ଷମଙ୍କ ପାଇଁ ରାମ୍ପ୍ ବ୍ୟବସ୍ଥା, ବିଲ୍ଡିଂ ଏବଂ ବାରାକ୍, ସମ୍ମିଳନୀ କୋଠରୀ, ସନ୍ଦିଗ୍ଧ ଓ ସାକ୍ଷୀ ପରୀକ୍ଷା କୋଠରୀ, ୱେୟାରଲେସ୍ ଏବଂ ଯୋଗାଯୋଗ କୋଠରୀ, ଆଧୁନିକ ମାଲଖାନା, Reception Centre ଏବଂ ମହିଳା ଓ ଶିଶୁ Help desk ପ୍ରସ୍ତୁତ କରାଯାଇଛି। ଏହାବ୍ୟତୀତ  ଶିଶୁସଦନ, ଶିଶୁ ସ୍ତନ୍ୟପାନ କକ୍ଷ, ଯାନ ବାହନ ପାର୍କିଂ ବ୍ୟବସ୍ଥା, ତଥ୍ୟ ସଂରକ୍ଷଣ ସହିତ ୨୪ଘଣ୍ଟିଆ ସିସିଟିଭି କ୍ୟାମେରା ବ୍ୟବସ୍ଥା, ଅଗ୍ନି ନିର୍ବାପକ ଯନ୍ତ୍ର ଏବଂ ଅଗ୍ନି ସତର୍କ ସୂଚନା ଘଣ୍ଟି ବ୍ୟବସ୍ଥା ଭଳି ଅତ୍ୟାଧୁନିକ ବ୍ୟବସ୍ଥା ମଧ୍ୟ କରାଯାଇଛି।

LEAVE A REPLY

Please enter your comment!
Please enter your name here