By Our Correspondent
BHUBANESWAR: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ସୁଭଦ୍ରା ଯୋଜନାରେ ୧୮ ଲକ୍ଷ ନୂତନ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି।
ପୂର୍ବରୁ ୩ଟି ପର୍ଯ୍ୟରେ ୮୦ ଲକ୍ଷ ମହିଳା ପ୍ରଥମ କିସ୍ତି ପାଇଥିବା ବେଳେ, ଆଜିକୁ ମିଶାଇ ୪ଟି ପର୍ଯ୍ୟାୟରେ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ସହାୟତା ପାଇଲେ।
ଯାଜପୁର ଠାରେ ଆୟୋଜିତ ଏହି ସହାୟତା ରାଶି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, #ସୁଭଦ୍ରା ଯୋଜନାରେ ମା’ମାନଙ୍କୁ ୨ଟି କିସ୍ତିରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି। #ବିକଶିତଓଡ଼ିଶା