ମୁଖ୍ୟମନ୍ତ୍ରୀ “ଲକ୍ଷପତି ଦିଦି ସହାୟିକା ଯୋଜନା” ନାମକ ଏକ ନୂତନ ଯୋଜନାର ଘୋଷଣା କରିଛନ୍ତି

0
337

By Our Correspondent

BHUBANESWAR:   ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜ ବିବୃତ୍ତିରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କାର୍ଯ୍ୟକ୍ଷମ ଓଡ଼ିଶା ଜୀବିକା ମିଶନ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

ଏହି ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମୀଣ ପରିବାରମାନଙ୍କର ଜୀବନଜୀବିକାରେ ଉନ୍ନତି ନିମନ୍ତେ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ପରିବାରର ମହିଳାମାନଙ୍କୁ ସାମିଲ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମହିଳାମାନଙ୍କୁ ସ୍ୱାବଲମ୍ବୀ କରି ‘ସମୃଦ୍ଧ ଓଡ଼ିଶା’ ଗଢ଼ିବା ସରକାରଙ୍କ ଉଦ୍ଦେଶ୍ୟ। ଏଥିରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ମୁଖ୍ୟମନ୍ତ୍ରୀ “ଲକ୍ଷପତି ଦିଦି ସହାୟିକା ଯୋଜନା” ନାମକ ଏକ ନୂତନ ଯୋଜନାର ଘୋଷଣା କରିଛନ୍ତି।

ଏହି ଯୋଜନା ମାଧ୍ୟମରେ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କର ପାରିଶ୍ରମିକ ବାବଦ ଅର୍ଥ ବର୍ତ୍ତମାନ ପାଇଁ ସରକାର ବହନ କରିବେ ଏବଂ ଏଥିପାଇଁ  GPLF ମାନଙ୍କୁ ଅନୁଦାନ ପ୍ରଦାନ କରିବେ। ଏହି ନିଷ୍ପତ୍ତି ଦ୍ଵାରା ୬୨ ହଜାରରୁ ଉର୍ଦ୍ଧ୍ଵ କମ୍ୟୁନିଟି ସପୋର୍ଟ ଷ୍ଟାଫ ଲାଭବାନ ହେବେ ଏବଂ ସେମାନେ ଏପ୍ରିଲ ୨୦୨୪ଠାରୁ ତାଙ୍କର ପାରିଶ୍ରମିକ ପାଇବେ।

LEAVE A REPLY

Please enter your comment!
Please enter your name here