ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ୪ଟି ନିର୍ବାଚନମଣ୍ଡଳୀ ପାଇଁ ₹୯୦.୫୦ କୋଟି ମଞ୍ଜୁର

0
310
ସବୁ ଗାଁର ବିକାଶ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ₹୯୦.୫୦ କୋଟି ମଞ୍ଜୁର ହୋଇଛି। ଗାଁରେ ଡିଜିଟାଲ ଭିତ୍ତିଭୂମି ବିକାଶ ସହ କଳା, ସଂସ୍କୃତି ଓ ଐତିହ୍ୟର ପ୍ରସାର ପାଇଁ ୨,୪୨୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

By Our Correspondent  

BHUBANESWAR: ସବୁ ଗାଁର ବିକାଶ ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ₹୯୦.୫୦ କୋଟି ମଞ୍ଜୁର ହୋଇଛି। ଗାଁରେ ଡିଜିଟାଲ ଭିତ୍ତିଭୂମି ବିକାଶ ସହ କଳା, ସଂସ୍କୃତି ଓ ଐତିହ୍ୟର ପ୍ରସାର ପାଇଁ ୨,୪୨୭ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୦.୫୦ କୋଟି ଟଙ୍କା। ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା: ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର। ଏହିସବୁ ନିର୍ବାଚନ ମଣ୍ଡଳୀର ୧୩ଟି ବ୍ଲକ୍ର ୧୮୧ଟି  ଗ୍ରାମ ପଞ୍ଚାୟତରେ ୨୪୨୭ଟି ପ୍ରକଳ୍ପ ହେବ।

ଏଥିସହ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲା ଗସ୍ତରେ ମିଳିଥିବା ଲୋକଙ୍କ ମତାମତ ଆଧାରରେ ୨୫ଟି ଗୁରୁତ୍ଵପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ₹୧୬୦.୨୯ କୋଟି ବିନିମୟରେ ବିଭିନ୍ନ ଘାଟୀ ରାସ୍ତାର ଉନ୍ନତିକରଣ ସହ ବନ୍ଧନ ନଦୀ ଉପରେ ଏକ ବୃହତ ସେତୁ ନିର୍ମାଣ ଓ ପ୍ରସିଦ୍ଧ ମା’ କିଚକେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ ଆଦିକୁ ଏଥିରେ ଗୁରୁତ୍ଵ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here