ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ମୁରଲୀଝର ପ୍ରକଳ୍ପ ଲାଗି ₹୪୧.୨୫ କୋଟି ଓ ମୟୂରଭଞ୍ଜର ଦାମୋଦରପୁର ପ୍ରକଳ୍ପ ପାଇଁ ସେ ₹୪୫ କୋଟି ମଞ୍ଜୁର କରିଛନ୍ତି

0
259

By Our Correspondent

BHUBANESWAR:   ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ୨ଟି ନଦୀଗର୍ଭ ଜଳାଶୟ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି।

କଳାହାଣ୍ଡିର ମୁରଲୀଝର ପ୍ରକଳ୍ପ ଲାଗି ₹୪୧.୨୫ କୋଟି ଓ ମୟୂରଭଞ୍ଜର ଦାମୋଦରପୁର ପ୍ରକଳ୍ପ ପାଇଁ ସେ ₹୪୫ କୋଟି ମଞ୍ଜୁର କରିଛନ୍ତି।

ଏହି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଏବଂ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକର ଜନସାଧାରଣ ବିଶେଷ ଉପକୃତ ହେବେ। ଏହା ଭୂତଳ ଜଳର ସ୍ତର ବୃଦ୍ଧି କରିବା ସହିତ ପାନୀୟଜଳ ପ୍ରକଳ୍ପ, ମାଛ ଚାଷ, ପଶୁପାଳନ ଆଦି କ୍ଷେତ୍ରରେ ବେଶ ସହାୟକ ହେବ।

5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି.କେ ପାଣ୍ଡିଆନ ଜିଲ୍ଲା ଗସ୍ତ ସମୟରେ ଏନେଇ ଲୋକଙ୍କ ପ୍ରସ୍ତାବ ସଂଗ୍ରହ କରିଥିଲେ।

LEAVE A REPLY

Please enter your comment!
Please enter your name here