ମହାମାୟାଙ୍କ ମହାଷ୍ଟମୀରେ ଅନୁଗୋଳ ଏବଂ ଢେଙ୍କାନାଳରେ ବିଭିନ୍ନ ମନ୍ଦିର ଦର୍ଶନ ସହ ପୂଜାର୍ଚ୍ଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
212
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶକ୍ତି ସ୍ୱରୂପୀଣି ମା’ ଦୁର୍ଗାଙ୍କ ପବିତ୍ର ମହାଷ୍ଟମୀ ଅବସରରେ ଅନୁଗୋଳ ଏବଂ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।

By Our Correspondent

ANGUL/BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଶକ୍ତି ସ୍ୱରୂପୀଣି ମା’ ଦୁର୍ଗାଙ୍କ ପବିତ୍ର ମହାଷ୍ଟମୀ ଅବସରରେ ଅନୁଗୋଳ ଏବଂ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।   

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ପ୍ରଥମେ  ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ସାଉଥ ବଲଣ୍ଡା ଦୁର୍ଗା ମଣ୍ଡପ ଠାରେ ମା’ଙ୍କ ପାଖରେ ପୂଜାର୍ଚ୍ଚନା କରିଥିଲେ । ମୋ ପାଇଁ ଆଜି ଏକ ଭଲ ଦିନ । ଏହି ଅଞ୍ଚଳ ସହ ମୋର ପରିବାରର ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।  ଏହା ପରେ କେନ୍ଦ୍ରମନ୍ତ୍ରୀ କର୍ଣ୍ଣପୁର ସ୍ଥିତ କନକେଶ୍ୱର ମହାଦେବ ମନ୍ଦିର, ମା’ କନକ ଦୁର୍ଗା ମନ୍ଦିର, ରାମ ମନ୍ଦିର ଏବଂ ଘଣ୍ଟପଡା ସ୍ଥିତ ଦୁର୍ଗା ମନ୍ଦିରରେ ଦର୍ଶନ କରିଥିଲେ ।

 ଅନୁରୂପ ଭାବରେ ଅନୁଗୋଳ ବଅଁରପାଳ ବ୍ଲକ ତଳମୂଳ ସ୍ଥିତ ମା କନକଦୁର୍ଗା ମନ୍ଦିରକୁ ଯାଇଥିଲେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବାରିହାପୁର ସ୍ଥିତ ମା’ କନକଦୁର୍ଗା ମନ୍ଦିର ଓ ଓଡାପଡା ବ୍ଲକ ନାଧରା ସ୍ଥିତ ମା’ ରାମଚଣ୍ଡୀ ମନ୍ଦିରରେ ମାଆଙ୍କ ଆଶୀର୍ବାଦ ନେଇଥିଲେ କେନ୍ଦ୍ରମନ୍ତ୍ରୀ । ଶ୍ରୀ ପ୍ରଧାନ ମା’ଙ୍କ ନିକଟରେ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରିଛନ୍ତି । 

ଏହାବ୍ୟତିତ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁଗୋଳ, ଢେଙ୍କାନାଳର ମୁକ୍ତାପୋଶି, କାମାକ୍ଷାନଗର ସମେତ ଅନେକ ସ୍ଥାନରେ କାର୍ଯ୍ୟକର୍ତ୍ତା ଓ ଜନସାଧାରଣ ସ୍ୱାଗତ ଜଣାଇଥିଲେ । ସ୍ଥାନୀୟ ଜନସାଧାରଣ ଓ ଗୁରୁଜନଙ୍କ ସହ ବିଭିନ୍ନ ବିଷୟରେ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here