ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ, ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏ.ଏସ.ଆଇ ପୁରୀ ମଣ୍ଡଳ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ସେବକ ନିଯୋଗଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଏନେଇ ଆଲୋଚନା ହୋଇଅଛି

0
313

By Our Correspondent

PURI: ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ । ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏ.ଏସ.ଆଇ ପୁରୀ ମଣ୍ଡଳ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ସେବକ ନିଯୋଗଙ୍କ ସହ ଗୁରୁତ୍ବପୂର୍ଣ୍ଣ ବୈଠକ ଏନେଇ ଆଲୋଚନା ହୋଇଅଛି ।  ସେହିପରି ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଆବଶ୍ୟକୀୟ ସଂରକ୍ଷଣ ତଥା ରକ୍ଷଣାବେକ୍ଷଣ କାର୍ଯ୍ୟ ମଧ୍ୟ ହାତକୁ ନେବ ଏ.ଏସ.ଆଇ ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଅନୁସାରେ, ଶ୍ରୀଗୁଣ୍ଡିଚା ଯାତ୍ରା ପରଦିନ ଅର୍ଥାତ୍ 28 ଜୁନ୍ ଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପୁଣିଥରେ ଆରମ୍ଭ ହେବ । ବାକି ଥିବା ବାହାର ଭଣ୍ଡାର କାର୍ଯ୍ୟ ହାତକୁ ନେବ ଏ.ଏସ.ଆଇ । ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ଦୃଷ୍ଟିରୁ ଗତ ଏପ୍ରିଲ୍ 29 ତାରିଖରୁ ରତ୍ନଭଣ୍ଡାର କାର୍ଯ୍ୟ ସ୍ଥଗିତ ଥିଲା ।
ଅନ୍ୟପକ୍ଷରେ ସବୁ ବର୍ଷ ପରି ରଥଯାତ୍ରା ସମୟରେ ଏ.ଏସ.ଆଇ ପକ୍ଷରୁ ଶ୍ରୀମନ୍ଦିରର ଗୁରୁତ୍ବପୂର୍ଣ୍ଣ ସଂରକ୍ଷଣ କାର୍ଯ୍ୟ ହାତକୁ ନିଆଯିବ । ଏବର୍ଷ ଗର୍ଭଗୃହରେ କନକ ମୁଣ୍ଡି ଉପରେ ରହିଥିବା ପୁରୁଣା କାଠଫ୍ରେମ୍ ଜାଲି ବଦଳ କରାଯିବ । ଏହା ବଦଳରେ ସେହି ଯାଗାରେ ଷ୍ଟେନଲେସ୍ ଷ୍ଟିଲର ଫ୍ରେମ୍ ସହିତ ଜାଲି ସ୍ଥାପନ କରାଯିବା ନେଇ ବୈଠକରେ ଅବଗତ କରାଯାଇଥିଲା ।
ସେହିପରି ଜୁନ୍ 29 ତାରିଖ ଦିନ ଶ୍ରୀମନ୍ଦିରର ବାର୍ଷିକ ବୈଷୟିକ ନିରୀକ୍ଷଣ ମଧ୍ୟ ଅନୁଷ୍ଠିତ ହେବ । ଶ୍ରୀମନ୍ଦିର ବୈଷୟିକ କମିଟି ଅଧ୍ୟକ୍ଷ ପ୍ରଫେସର ଏସ୍.  କେ.  ଭଟ୍ଟାଚାର୍ଯଙ୍କ ନେତୃତ୍ଵରେ ଶ୍ରୀମନ୍ଦିର ପ୍ରଶାସନ,  ଏ.ଏସ.ଆଇ ଏବଂ ପୂର୍ତ୍ତ ବିଭାଗର ମିଳିତ ଟମ୍ ଏହି ନିରୀକ୍ଷଣ କରିବେ ।
ଏହି ସମସ୍ତ କାର୍ଯ୍ୟରେ ସହଯୋଗ ପ୍ରଦାନ ନେଇ ସମସ୍ତ ସେବକ ନିଯୋଗ ସହମିତ ପ୍ରଦାନ କରିଥିବା ବେଳେ ଏଥିପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

LEAVE A REPLY

Please enter your comment!
Please enter your name here