ମନ୍ଦ ଉଦ୍ଦେଶ୍ୟ ରଖି ଆଦିବାସୀଙ୍କ ନାଁରେ ରାଜନୀତି କରୁଛି ବିଜେଡି : ସୁଶ୍ରୀ ସୁକେଶୀ ଓରାମ

0
53

By Our Correspondent

BHUBANESWAR:  ବିଜେଡି ନେତ୍ରୀଙ୍କ ମିଛ କହିବାର ଅଭ୍ୟାସ ରହିଛି । ପ୍ରତିଦିନ ଗଣମାଧ୍ୟମର ସମୟ ନଷ୍ଟ କରିବାର ପରମ୍ପରା ବିଜେଡି ଦଳରେ ରହିଛି । ଯାହା ପ୍ରାଥମିକ ସ୍ତରରୁ ବିଭିନ୍ନ ଗଣମାଧ୍ୟମ ପ୍ରସାରିତ ଖବର ସ୍ଥାନୀୟ ଲୋକଙ୍କ ମତରୁ ଜଣାପଡୁଛି ଏହା ଅନାହାର ମୃତ୍ୟୁ ନୁହେଁ ବରଂ ଫୁଡ୍‌ପଏଜ୍‌ନିଙ୍ଗ୍‌ର ଘଟଣା । ଜଣେ ମୃତକଙ୍କର ଝିଅ ଗଣମାଧ୍ୟମକୁ ଯେଉଁ ବୟାନ ଦେଇଥିଲେ ସେଥିରେ ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମ ଗାଁରେ ସମସ୍ତେ ଏହି ଜାଉ ଖାଆନ୍ତି ।

ଏହି ଘଟଣାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇସାରିଛନ୍ତି । ସେହି ପରିବାରମାନେ ୩ମାସର ଚାଉଳ ଆଗରୁ ପାଇଛନ୍ତି । ୨୦୧୬ ମସିହାରେ ରାୟଗଡା ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ଜଣେ ଶିଶୁ ସହ ଆଉ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୨୦୧୮ ମସିହାରେ ନବରଙ୍ଗପୁର ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ୩ଜଣ ମୃତ୍ୟୁବରଣ କରିଥିଲେ ।

ଏହି ଘଟଣାରେ ସେତେବେଳେ ନବୀନ ବାବୁ ଇସ୍ତଫା ଦେଇଥିଲେ କି? ବିଜୁ ଜନତା ଦଳର ନେତ୍ରୀ ଯିଏ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ ତାଙ୍କର ଆଦିବାସୀଙ୍କ ପ୍ରତି ଦରଦ ନାହିଁ ଓ ତାଙ୍କ ଚଳଣି ଉପରେ ଧାରଣା ନାହିଁ ବୋଲି ଏଥିରୁ ସ୍ପଷ୍ଟ ହେଉଛି ।

ଆଦିବାସୀମାନଙ୍କ ବିକାଶରେ ଯଦି କିଏ ବାଧକ ସାଜିଥିଲା ସେ ହେଉଛି ବିଜେଡି । ଅତୀତରେ ଆଦିବାସୀମାନଙ୍କୁ ଜମିହରା କରିବା ପାଇଁ ବିଜୁ ଜନତା ଦଳ ସରକାର ଜଘନ୍ୟ ଷଡଯନ୍ତ୍ର କରିଥିଲା । ତେଣୁ ତାଙ୍କ ମୁହଁରେ ଏକଥା ଶୋଭା ପାଉନାହିଁ । ମନ୍ଦ ଉଦ୍ଦେଶ୍ୟ ରଖି ବିଜେଡି ଆଦିବାସୀଙ୍କ ନାଁରେ ରାଜନୀତି କରୁଛି ବୋଲି ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ କହିଛନ୍ତି । ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here