ଭୁବନେଶ୍ୱରରେ ‘ମୋ ମୋଟି ମୋ ଦେଶ’ କାର୍ଯ୍ୟକ୍ରମ

0
288
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ଠାରେ ଜନସାଧାରଣ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ କାର୍ଯ୍ୟକ୍ରମରେ ମୋ ମୋଟି ମୋ ଦେଶ ସାମିଲ ହୋଇ ‘ଅମୃତ କଳସ’ରେ ମାଟି ସଂଗ୍ରହ କରିଛନ୍ତି ।

By Our Correspondent

BHUBANESWAR: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଭୁବନେଶ୍ୱର ଠାରେ ଜନସାଧାରଣ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ କାର୍ଯ୍ୟକ୍ରମରେ ମୋ ମୋଟି ମୋ ଦେଶ ସାମିଲ ହୋଇ ‘ଅମୃତ କଳସ’ରେ ମାଟି ସଂଗ୍ରହ କରିଛନ୍ତି । 

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଦେଶବ୍ୟାପୀ ଏହି ଅଭିଯାନ ଆରମ୍ଭ ହୋଇଛି । ଏହା ଆମର ବୀର ଯୋଦ୍ଧା ମାନଙ୍କୁ ମନେପକାଇବାର ଏକ ଭଲ ଅବସର ଦେଇଛି । ଦେଶମାତୃକାର ସେବା ପାଇଁ ବୀରଙ୍କୁ ବନ୍ଦନ କରାଯାଉଛି ଓ ସମସ୍ତଙ୍କ ପ୍ରାଣରେ ଦେଶପ୍ରେମ ଜାଗ୍ରତ ହୋଇଛି ।

ସ୍ଥାନୀୟ ଜନସାଧାରଣ ବିଶେଷ ଭାବରେ ମାଆ ଭଉଣୀଙ୍କ ମଧ୍ୟରେ ମୋ ମୋଟି ମୋ ଦେଶ କାର୍ଯ୍ୟକ୍ରମକୁ ନେଇ ବହୁତ ଉତ୍ସାହ ଦେଖାଯାଇଛି । ଆଜି ସଂଗ୍ରହ ହୋଇଥିବା ମାଟି ନୂଆଦିଲ୍ଲୀରେ କର୍ତ୍ତବ୍ୟ ପଥରେ ‘ଅମୃତ ବାଟିକା’ରେ ସ୍ଥାପିତ ହେବ ।  ଏହି ‘ଅମୃତ ବାଟିକା’ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପ୍ରତିବଦ୍ଧତାର ପ୍ରତୀକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here