ଭୁବନେଶ୍ୱରରେ “ବାଗଚି-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର”ର ଉଦଘାଟିତ- ସମାଜରେ ଭଲ କାମ କରି ନିଜକୁ ପରିଚିତ ନକରାଇବାର ସଂସ୍କାର ଓଡ଼ିଆଙ୍କ ପାଖରେ ଅଛି – ଧର୍ମେନ୍ଦ୍ର ପ୍ରଧାନ

0
119

By Our Correspondent

BHUBANESWAR:     “ବାଗଚି-କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର” ଓଡ଼ିଶାର କର୍କଟ ରୋଗୀଙ୍କୁ କେବଳ ଆଶ୍ୱସ୍ତି ପ୍ରଦାନ କରିବ ନାହିଁ ବରଂ ପାଲିଏଟିଭ୍ କେୟାରରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଦକ୍ଷତା ବୃଦ୍ଧିରେ ବିଶେଷ ସହାୟକ ହୋଇପାରିବ ବୋଲି ମଙ୍ଗଳବାର ଭୁବନେଶ୍ୱର ଠାରେ ଏହି ପାଲିଏଟିଭ୍ କେୟାର ସେଣ୍ଟରର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ସମାଜରେ ଭଲ କାମ କରି ନିଜକୁ ପରିଚିତ ନ କରାଇବାର ପରମ୍ପରା ଓଡ଼ିଆ ଲୋକମାନଙ୍କ ପାଖରେ ଅଛି । ସେହିଭଳି ସଂସ୍କାରରେ କାମ କରୁଥିବା ଶିଳ୍ପପତି ସୁବ୍ରତ ବାଗଚି ଏବଂ ତାଙ୍କର ଧର୍ମପତ୍ନୀ ସୁସ୍ମିତା ବାଗଚିଙ୍କୁ ଏହି ପ୍ରୟାସ ପାଇଁ ଧନ୍ୟବାଦ । ରାଜ୍ୟରେ ଉନ୍ନତ ପର୍ଯ୍ୟାୟ କର୍କଟ ରୋଗୀଙ୍କ ପାଇଁ ମାଗଣା ସାମଗ୍ରିକ ପାଲିଏଟିଭ କେୟାର ପ୍ରଦାନ କରିବା ଉଦ୍ଦେଶ୍ୟରେ ସାମାଜିକ ସଂଗଠନ ବାଙ୍ଗାଲୋର ହସପିସ ଟ୍ରଷ୍ଟର ସହଯୋଗରେ ଏହି କେନ୍ଦ୍ରର ଶୁଭାରମ୍ଭ ହୋଇଛି । କ୍ୟାନସର ରୋଗରେ ପୀଡ଼ିତ ରୋଗୀମାନେ ଏବେ ଏଠାରେ ମାଗଣାରେ ପାଲିଏଟିଭ ସେବା ପାଇପାରିବେ, ଯାହା ପ୍ରଶଂସନୀୟ ।

ଏଠାରେ କର୍କଟ ରୋଗୀଙ୍କ ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ହସ୍ପିସ୍ ଓ ହୋମ୍ କେୟାର ସୁବିଧା ଏବଂ ଏକ ଗବେଷଣା ଓ ଶିକ୍ଷା କେନ୍ଦ୍ର ରହିଛି । ଆଜି ଏହି କେନ୍ଦ୍ରର ଲୋକାର୍ପଣ ହେବା ଦ୍ୱାରା ଆମେ କର୍କଟ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ଦିଗରେ ଆଉ ଗୋଟିଏ ପାଦ ଆଗକୁ ବଢିଲେ । ଏହି ଗବେଷଣା ଓ ଶିକ୍ଷା ଶାଖା ଓଡ଼ିଶା ତଥା ସମଗ୍ର ପୂର୍ବ ଭାରତ ପାଇଁ ପାଲିଏଟିଭ୍ କେୟାରରେ ପ୍ରଶିକ୍ଷଣ ଏବଂ ଶିକ୍ଷା ପ୍ରଦାନ ପାଇଁ ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ ହେବ । ଏହି ନର୍ସିଂ କେୟାରରେ ସମବେଦନା, କରୁଣା, ସମର୍ପଣ ଓ ତ୍ୟାଗର ପ୍ରଶିକ୍ଷଣ ମିଳିବ, ଯାହା କେଉଁଠି ମିଳିବ ନାହିଁ । ସେ ଭିତରେ ଏହି ଅନୁଷ୍ଠାନର ବିକାଶ ପାଇଁ ସାମାଜିକ ଅନୁଷ୍ଠାନ କାମ କରିବା ପ୍ରଂଶସନୀୟ ।  ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ସମାଜ ସେବା ମନୋଭାବ ନେଇ ଆଗକୁ ବଢିବା ଦରକାର । ନିଜ ପରିବାର ଲୋକମାନେ ପରିବାର ସଦସ୍ୟଙ୍କ ସେବା ଦାୟିତ୍ୱ ନେବା ଦରକାର ।

 

 

LEAVE A REPLY

Please enter your comment!
Please enter your name here