ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ପକ୍ଷରୁ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଂଚ ଅନୁଷ୍ଠିତ ହୋଇଛି, ବାହାର ଓ ଭିତର ରତ୍ନଭଣ୍ଡାରଫିଜିକାଲ୍ ଇନସ୍ପେକସନ୍ ଠିକଣା ଭାବେ ସମ୍ପାଦିତ ହୋଇଛି

0
48

By Our Correspondent

PURI/BHUBANESWAR:   ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ୍.ଆଇ ) ପକ୍ଷରୁ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଂଚ ଅନୁଷ୍ଠିତ ହୋଇଛି । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ଏହି ନିରୀକ୍ଷଣ ଅନୁଷ୍ଠିତ ହୋଇଛି । ପୂର୍ବ ଧାର୍ଯ୍ୟ କାର୍ଯ୍ୟସୂଚୀ ଅନୁସାରେ, ଦିନ ପ୍ରାୟ 2 ଟା ବେଳେ ମିଳିତ ଟିମ୍ ରତ୍ନଭଣ୍ଡାରକୁ ପ୍ରବେଶ କରିଥିଲେ । ପ୍ରାୟ 3 ଘଣ୍ଟା ଧରି ଏହି ନିରୀକ୍ଷଣ ଚାଲିଥିଲା ।

ନିରୀକ୍ଷଣ ଶେଷ ହେବା ପରେ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ଯେ, ଆଜି ଏ.ଏସ.ଆଇ ପକ୍ଷରୁ ବୈଷୟିକ ନିରୀକ୍ଷଣ କରାଯାଇଛି । ଏ.ଏସ.ଆଇ ପକ୍ଷରୁ ପ୍ରାଥମିକ ନିରୀକ୍ଷଣ କରାଯିବା ସହ ବୈଜ୍ଞାନିକ ସର୍ଭେ ମଧ୍ୟ କରାଯାଇଛି । ଏ.ଏସ.ଆଇ 17 ଜଣିଆ ବୈଷୟିକ ଦଳ ଯେଉଁ ଯନ୍ତ୍ରପାତି ଅଣିଥିଲେ, ତାହା ବ୍ୟବହାର କରି ସର୍ଭେ କରିଛନ୍ତି । ବାହାର ଓ ଭିତର ରତ୍ନଭଣ୍ଡାରଫିଜିକାଲ୍ ଇନସ୍ପେକସନ୍ ଠିକଣା ଭାବେ ସମ୍ପାଦିତ ହୋଇଛି ।

ତେବେ ଆଉ ଅଧିକ ଜାଣିବା ଲାଗି ରାଡାର୍ ସର୍ଭେ କରିବାକୁ ଏ.ଏସଆଇ ପକ୍ଷରୁ ମତାମତ ଆସିଥିଲା । ତେଣୁ ଯଥାଶୀଘ୍ର  ଏହି ରାଡାର୍ ସର୍ଭେ କରି ରିପୋର୍ଟ ପ୍ରସ୍ତୁତି ପାଇଁ ଏ.ଏସ.ଆଇକୁ ଅନୁରୋଧ କରାଯାଇଛି । ସର୍ଭେ ଶେଷ ହେବା ପରେ ଏ.ଏସ.ଆଇ ପକ୍ଷରୁ ରିପୋର୍ଟ ପ୍ରଦାନ କରାଯିବ। ଏହି ରିପୋର୍ଟକୁ  ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ।  ଏନେଇ ଆବଶ୍ୟକୀୟ ବୈଷୟିକ ବିଚାରବିମର୍ଶ ପରେ ରାଜ୍ୟ ସରକାରଙ୍କ ଏସ.ଓ.ପି ଅନୁଯାୟୀ ଏ.ଏସ.ଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ କରାଯିବ ବୋଲି ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଆଜିକାର ସର୍ଭେ ସକାଶେ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇ ଥିଲ । ରାତି 2 ଘ 50 ମି ରେ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇଥିବା ବେଳେ ନିଜେ ମୁଖ୍ୟ ପ୍ରଶାସକ ଉପସ୍ଥିତ ରହି ନୀତି ତ୍ୱରାନ୍ୱିତ କରିଥିଲେ l ଦିନ ଘ.1:00 ଣ୍ଟା ଠାରୁ ନିରୀକ୍ଷଣ କାର୍ଯ୍ୟ ଶେଷ ହେବା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିବା ବେଳେ  ରହିଥିବା ବେଳେ ଭକ୍ତମାନେ ଆନନ୍ଦ ବଜାରରୁ ମହାପ୍ରସାଦ କ୍ରୟ କରିବାର ବ୍ୟବସ୍ଥା ହୋଇଥିଲା । ମହାପ୍ରଭୁଙ୍କ କୃପାରୁ ଆଜିର ସର୍ଭେ ଶେଷ ହୋଇଥିବା ବେଳେ ଏଥିରେ ସହଯୋଗ ପାଇଁ ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ରଥ, ଏ.ଏସ.ଆଇର ଅତିରିକ୍ତ ମହାନିର୍ଦ୍ଦେଶକ ତଥା ବୈଷୟିକ ଟିମର ସମସ୍ତ ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସକ, ଜିଲ୍ଲା ପ୍ରାଶସନ, ପୋଲିସ୍, ସମ୍ପୃକ୍ତ ସମସ୍ତ ସେବକ ଏବଂ ଗଣମାଧ୍ୟମକୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟ ପ୍ରଶାସକ ।

ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ  SOP ଅନୁସାରେ   ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଂଗ୍ କୋଠରୀକୁ ସ୍ଥାନାନ୍ତରଣ ତଥା ଖାଲି ଆଲମିରା ଓ ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି l ତାପରେ ଏ.ଏସ୍.ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ।  ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା l ଏହା  ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇ କୁ ଅନୁରୋଧ କରାଯାଇଥିଲା l ତଦନୁସାରେ ଏ.ଏସ.ଆଇର ପ୍ରସ୍ତାବ ଆସିବା ପରେ ଆଜି ତା 18-09-24କୁ ସର୍ଭେ ପାଇଁ ସ୍ଥିର ହୋଇଥିଲା। ତେବେ ରତ୍ନଭଣ୍ଡାର ମଧ୍ୟରେ ବୈଜ୍ଞାନିକ ସର୍ବେକ୍ଷଣ କରିବାକୁ ବିଭିନ୍ନ ଯନ୍ତ୍ରପାତି ନେବାକୁ ASIକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଥିଲା । ପ୍ରଥମରେ, ଏହି ସର୍ବେକ୍ଷଣ ସମ୍ପର୍କିତ ଉତ୍ତୋଳନ ହେଉଥିବା ଚିତ୍ର କିମ୍ବା ଭିଡିଓ କେବଳ ବୈଜ୍ଞାନିକ ଅନୁସନ୍ଧାନ ସକାଶେ ବ୍ୟବହାର କରାଯିବ, ଏହା କୌଣସି ମିଡିଆ କିମ୍ବା ସୋସିଆଲ୍ ମିଡିଆରେ ପ୍ରସାରିତ ହେବ ନାହିଁ । ଦ୍ବିତୀୟତଃ ବୈଜ୍ଞାନିକ ଯନ୍ତ୍ରପାତି ନେବା ବା ବ୍ଯବହାର ସମୟରେ ଶ୍ରୀମନ୍ଦିର ସଂସ୍କୃତି ଓ ପରମ୍ପରାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯିବାକୁ ସର୍ତ୍ତରେ ଉଲ୍ଲେଖ କରାଯାଇଥିଲା । ପୂର୍ଣାଂଗ ଅତ୍ଯାଧୁନିକ ତଥା ବୈଷୟିକ ଯାଂଚ ପରେ ଏ.ଏସ୍.ଆଇ ରତ୍ନ ଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଅବିଳମ୍ବେ ସାରିବାକୁ ମୁଖ୍ଯ ପ୍ରଶାସକ, ଡ. ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି।

 

 

 

LEAVE A REPLY

Please enter your comment!
Please enter your name here