ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ,ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ୍, ବ୍ୟକ୍ତିବିଶେଷ ଓ କର୍ତ୍ତୃପକ୍ଷଙ୍କ ଦାୟିତ୍ବବୋଧ ତଦନ୍ତ ପରିସରଭୁକ୍ତ ହେବ

0
44

By Our Correspondent

BHUBANESWAR : ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ନେଇ ବିଜ୍ଞପ୍ତି ପ୍ରକାଶ କଲା ଗୃହ ବିଭାଗ.

ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ ନେଇ ବିଜ୍ଞପ୍ତି. ଯୁବତୀ, ମେଜର, ପୋଲିସଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ. ଭରତପୁର ଥାନା, କ୍ରାଇମବ୍ରାଞ୍ଚ ଓ ଚନ୍ଦକା ଥାନା ମାମଲାର ତଦନ୍ତ ନିର୍ଦ୍ଦେଶ( Bharatpur PS Case Nos-640/15/09/2024(CID-CB Case no-10/24), CID-CB Case –No-11/24 and Chandaka PS Case No-315 /19-092024 of UPD Bhubaneswar).

ସମସ୍ତ ଅଭିଯୋଗକୁ ବିଚାରକୁ ନେଇ ତଦନ୍ତ କରିବାକୁ ସୁପାରିସ୍‌. ବ୍ୟକ୍ତିବିଶେଷ ଓ କର୍ତ୍ତୃପକ୍ଷଙ୍କ ଦାୟିତ୍ବବୋଧ ତଦନ୍ତ ପରିସରଭୁକ୍ତ ହେବ. ଯଦି ଏହି ଘଟଣା ସହ ଆଉ କିଛି ଜଡ଼ିତ ଥାଏ କମିଶନ ତଦନ୍ତ କରିପାରିବେ. ଭବିଷ୍ୟତରେ ଯେପରି ଘଟଣାର ପୁନରାବୃତ୍ତି ନ ହେବ ପରାମର୍ଶ ଲୋଡ଼ା. ଏଥିସହ ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ମଧ୍ୟ ପରାମର୍ଶ

ମାନ୍ୟବର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ମାନ୍ୟବର କମିଶନଙ୍କୁ  ଅନୁରୋଧ କରାଯାଇଛି ।

ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ (Court Monitored Investigation) କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।

ଏହି ଘଟଣାରେ ସଂପୃକ୍ତ ପୋଲିସ ଅଧିକାରୀ ମାନଙ୍କୁ ନିଲମ୍ବିତ କରାଯିବା ସହିତ ସେମାନଙ୍କ ବିରୁଦ୍ଧରେ କେସ୍‌ ମଧ୍ୟ କରାଯାଇଛି । ଘଟଣାରେ ସଂପୃକ୍ତ ଯୁବକ ମାନଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ କରାଯାଇଛି । ଆଇନ ଅନୁଯାୟୀ ଦେଷୀସାବ୍ୟସ୍ତ ସମସ୍ତ ବ୍ୟକ୍ତି ବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ହୋଇ ପଦକ୍ଷେପ ନେଇଛନ୍ତି।

 

LEAVE A REPLY

Please enter your comment!
Please enter your name here