ଭରତପୁର ମାମଲାରେ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପକୁ ପ୍ରଶଂସା, ସମସ୍ୟାର ସମାଧାନ ନ ଖୋଜି ନିଜ ରାଜନୈତିକ ଗୋଟି ଚଳାଉଛନ୍ତି ବିରୋଧୀ- ବିଜେପି ପୂର୍ବ ସୈନିକ ପ୍ରକୋଷ୍ଠ

0
23

By Our Correspondent

BHUBANESWAR : ଭରତପୁର ପୋଲିସ ଷ୍ଟେସନ ଘଟଣା ଏବେ ସାରା ଦେଶରେ ଆଲୋଡନ ସୃଷ୍ଟି କରିବା ସହ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ବିଷୟରେ ପ୍ରତ୍ୟେକ ବ୍ୟକ୍ତି, ସଙ୍ଗଠନ ନିଜସ୍ୱ ମତ ରଖୁଥିବାବେଳେ ପ୍ରକୃତ ସତ୍ୟଠାରୁ ବହୁ ଦୂରରେ ରହିଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ବିରୋଧୀ ଦଳ ଗୁଡିକ କୌଣସି ଗଠନମୂଳକ ପରାମର୍ଶ ଦେବା ପରିବର୍ତେ ରାଜନୀତି କରିବାକୁ ଉଦ୍ୟମ କରୁଛନ୍ତି ।

ସେମାନେ ସମସ୍ୟାର ସମାଧାନ ନ ଖୋଜି ନିଜ ରାଜନୈତିକ ଗୋଟି ଚଳାଇବା ପାଇଁ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ଅଯଥାରେ ଧର୍ମଘଟ ଓ ଆନ୍ଦୋଳନ କରୁଛନ୍ତି । ଏହାଦ୍ୱାରା ସାଧାରଣ ଜନତା ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପରପକ୍ଷେ ଏହି ସଙ୍କଟ ସମୟରେ ନିଜର ପରିପକ୍ୱତା ଓ ସୁଶାସନର ପରିଚୟ ଦେଇ ମାମଲାର ସମାଧାନ ପାଇଁ ସରକାର ବିହୀତ ପଦକ୍ଷେପ ନେଇଛନ୍ତି । ଏନେଇ ରାଜ୍ୟ ବିଜେପି ଇଏସ୍‌ଏମ୍ (ରାଜ୍ୟ ପୂର୍ବ ସୈନିକ ପକୋଷ୍ଠ) ତରଫରୁ ମାନ୍ୟବର ମୁଖମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱ ବିଜେପି ସରକାରଙ୍କୁ ପ୍ରଶଂସା କରିଛନ୍ତି ।

ଗତକାଲି ଭୁବନେଶ୍ୱରଠାରେ ଏହି ପ୍ରସଙ୍ଗକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଇଏସ୍‌ଏମ୍ ପ୍ରକୋଷ୍ଠର ସଦସ୍ୟମାନେ ଉପସ୍ଥିତ ରହି ଘଟଣାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଥିଲା ।

ଏହି କମିଟିରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତି ପ୍ରଭାତି ପରିଡ଼ା, ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ଆଇନମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସଦସ୍ୟ ରହିଛନ୍ତି । ଏହି କମିଟି ଇଏସ୍‌ଏମ୍ ପ୍ରକୋଷ୍ଠର ବରିଷ୍ଠ ସଦସ୍ୟମାନଙ୍କ ସହ ଆଲୋଚନା କରି ଏକ ନିରପେକ୍ଷ, ସମୟୋଚିତ ନ୍ୟାୟିକ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଇଏସ୍‌ଏମ୍ ପ୍ରକୋଷ୍ଠର ସଦସ୍ୟମାନେ ମୁଖ୍ୟମନ୍ତ୍ରୀ ମାଝିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ଏହି ଅବସରରେ ଇଏସ୍‌ଏମ୍ ପ୍ରକୋଷ୍ଠର ସହ-ସଂଯୋଜକ କର୍ଣ୍ଣେଲ ମୋହନ ପ୍ରସାଦ ନନ୍ଦ, କର୍ଣ୍ଣେଲ ପି.କେ ପ୍ରଧାନ, ମାନସ ଶତପଥୀ ଓ ଅନ୍ୟ ବରିଷ୍ଠ ପୂର୍ବତନ ସେନାଧିôକାରୀମାନେ ଉପସ୍ଥିତ ଥିଲେ ।

 

 

 

 

LEAVE A REPLY

Please enter your comment!
Please enter your name here