By Our Correspondent
PURI/BHUBANESWAR: ଆସନ୍ତାକାଲି ତା୧୮.୧୨.୨୦୨୪ ରିଖ ବୁଧବାର ଶ୍ରୀମନ୍ଦିରରେ ‘ ଦିବା ପହୁଡ଼’ ନୀତି ଅନୁଷ୍ଠିତ ହେବ ।
ପହିଲି ଭୋଗ ମାସରେ ଦୈନିକ ଦିବା ପହୁଡ଼ ଅନ୍ୟତମ ନୀତି ହୋଇଥିଲେହେଁ ପହିଲି ଭୋଗ ମାସରେ ଦର୍ଶନାର୍ଥିଙ୍କ ଅତ୍ୟଧିକ ଭିଡ଼ ରହିବା ସହିତ ରତ୍ନଭଣ୍ଡାର ଗୃହ ମରାମତି କାର୍ଯ୍ୟ ପାଇଁ ସମୟ ଆବଶ୍ୟକ ହେଉଥିବାରୁ ଦୈନିକ ଦିବା ପହୁଡ଼ କରାନଯାଇ କେବଳ ପରମ୍ପରାର ପ୍ରତୀକ ସ୍ଵରୂପ ପହିଲି ଭୋଗ ମାସରେ ଗୋଟିଏ ଦିନ ଦିବାପହୁଦ କରାଯିବାକୁ ଗତ ତା୧୦.୧୨.୨୦୨୪ ରିଖରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକ ନିଷ୍ପତି ହୋଇଥିଲା ।
ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଦ୍ୱିତୀୟ ଭୋଗ ମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୨.୩୦ ଠାରୁ ସନ୍ଧ୍ୟା ଘ.୬.୦୦ ଟିକା ପର୍ଯ୍ୟନ୍ତ ଦିବା ପହୁଡ଼ ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।



























