ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର ନୀତି ସମୟରେ ଦଶମୂଳ ମୋଦକ ଚୋରି ଘଟଣା ସମଗ୍ର ଓଡ଼ିଶାବାସୀ ତଥା ସମ୍ପୂର୍ଣ ହିନ୍ଦୁ ସମାଜକୁ ଗଭୀର ଆଘାତ ଓ ବ୍ୟଥିତ କରିଛି-ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ

0
272

By Our Correspondent

BHUBANESWAR: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନବସର ନୀତି ସମୟରେ ଦଶମୂଳ ମୋଦକ ଚୋରି ଘଟଣା ସମଗ୍ର ଓଡ଼ିଶାବାସୀ ତଥା ସମ୍ପୂର୍ଣ ହିନ୍ଦୁ ସମାଜକୁ ଗଭୀର ଆଘାତ ଓ ବ୍ୟଥିତ କରିଛି। ଏ ଘଟଣା ଯଦି ବାସ୍ତବ ସତ୍ୟ ହୋଇଥାଏ ତାହେଲେ ଏହା ଅତ୍ୟନ୍ତ ସାଙ୍ଘାତିକ ଓ ଚିନ୍ତାଜନକ ବିଷୟ।

ଏଥିରେ ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ତୁରନ୍ତ ନିରପେକ୍ଷ ଦଦନ୍ତ କରି ଦୋଷୀ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ, ଯେମିତିକି ଆଗାମୀ ଦିନରେ ଏଭଳି କାର୍ଯ୍ୟ କରିବାକୁ କେହି ସାହସ କରିବେ ନାହିଁ। ନିରବଚ୍ଛିନ୍ନ ଭାବରେ କିଛି କୁଚକ୍ରୀ ଗୋଷ୍ଠୀ ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଯେଉଁଭଳି ଭାବେ ଧୂମିଳ ତଥା ନଷ୍ଟ କରୁଛନ୍ତି, ସେଭଳି ବ୍ୟକ୍ତି ବିଶେଷଙ୍କୁ ପ୍ରଶାସନ ଚିହ୍ନଟ କରି ଉପଯୁକ୍ତ ଦଣ୍ଡବିଧାନ କରିବାକୁ ଶ୍ରୀ ଜଗନ୍ନାଥ ସଂସ୍କୃତି ସୁରକ୍ଷା ଅଭିଯାନ ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ନିବେଦନ କରୁଅଛି।

LEAVE A REPLY

Please enter your comment!
Please enter your name here