ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

0
55

By Our Correspondent

BHUBANESWAR:   ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ୮୬ ବର୍ଷରେ ପରଲୋକ ଘଟିଛି । ଶିଳ୍ପଉଦ୍ୟୋଗ କ୍ଷେତ୍ରରେ ଅବିଶ୍ୱସନୀୟ ସଫଳତା ହାସଲ କରି ଟାଟାକୁ ଏକ ବ୍ରାଣ୍ଡରେ ସେ ପରିଣତ କରିଥିଲେ । ଚା’, ଲୁଣ ଠାରୁ ଆରମ୍ଭ କରି ଉଡାଜାହଜ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠା କରି ଭାରତର ଘରେ ଘରେ ଟାଟାକୁ ପରିଚତ କରାଇଥିଲେ । ସେ ଶିଳ୍ପଜଗତର ଏକ ରତ୍ନ ଥିଲେ ।

ଓଡ଼ିଶା କ୍ଷେତ୍ରରେ ମଧ୍ୟ ସ୍ୱର୍ଗତଃ ଟାଟାଙ୍କ ଅବଦାନ ପ୍ରଶଂସନୀୟ । ଶିଳ୍ପଦ୍ୟୋଗଠାରୁ ସମାଜସେବା ପର୍ଯ୍ୟନ୍ତ ସବୁଥିରେ ଉଲ୍ଲେଖନୀୟ ସଫଳତା ପାଇ ପଦ୍ମ ବିଭୂଷଣ ଉପାଧି ପାଇଥିଲେ । ଶ୍ରୀ ରତନ ଟାଟାଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକ ପ୍ରକାଶ କରିବା ସହ ଭାରତୀୟ ଶିଳ୍ପଦ୍ୟୋଗ କ୍ଷେତ୍ରରେ ଅପୁରଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି ।

ସ୍ୱର୍ଗତଃ ଟାଟାଙ୍କ ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here