ବିରୋଧୀ ଦଳ ଓଡ଼ିଆ ଲୋକଙ୍କ ନିଷ୍ପତିକୁ ସ୍ୱୀକାର କରନ୍ତୁ , ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି ତାହା ନିର୍ବାହ କରିବା ଦରକାର, ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ, ଅଗଣତାନ୍ତ୍ରିକ ଓ ପରାଜୟକୁ ସ୍ୱୀକାର କରିପାରୁନଥିବା ଲୋକମାନେ ଏପରି କଥା କହିପାରନ୍ତି- ଧର୍ମେନ୍ଦ୍ର ପ୍ରଧାନ

0
37

By Our Correspondent

BHUBANESWAR:  ରାଜନୀତିରେ ଜୟ ପରାଜୟ ଲାଗି ରହେ । ଜୟରେ ବହୁତ ଉନ୍ମାଦିତ ଏବଂ ପରାଜୟରେ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ ବୋଲି ବିଜେପି ମିଛ କହି ନିର୍ବାଚନ ଜିତିବା ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ମନ୍ତବ୍ୟ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପୂର୍ବରୁ ବିଜେପି ବହୁତ ଥର ହାରିଛି । ଓଡ଼ିଶାରେ କିଛି ଲୋକ ବିଜେପିକୁ ସାଇନ୍ ବୋର୍ଡ ପାର୍ଟି କହୁଥିଲେ । କିନ୍ତୁ ଏବେ ଓଡ଼ିଆ ଲୋକଙ୍କ ଆଶୀର୍ବାଦରେ ଦଳକୁ ସେବା କରିବାର ସୁଯୋଗ ମିଳିଛି । ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି ତାହା ନିର୍ବାହ କରିବା ଦରକାର । ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି, ସେ ସେବା କରିବା ଉଚିତ୍ ଏବଂ ଯାହାକୁ ଦାୟିତ୍ଵ ସମ୍ପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ଵ ଦେଇଛନ୍ତି, ସେ ତାହାକୁ ପାଳନ କରିବା ଜରୁରୀ ।

ସେହିପରି ଆଉ ଏକ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ରାଜ୍ୟପାଳଙ୍କ ଅଫିସ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟାଳୟ । ଯେତେବେଳେ କିଛି ଲୋକଙ୍କ ମନରେ ହତାଶ ଭାବ ଆସିଯାଏ ଏବଂ ଯେଉଁମାନେ ଅଗଣତାନ୍ତ୍ରିକ ଓ ପରାଜୟକୁ ସ୍ୱୀକାର କରି ପାରୁନାହାନ୍ତି, ସେମାନେ ଏହି କଥା କହୁଛନ୍ତି । ଓଡ଼ିଆ ଲୋକଙ୍କ ନିଷ୍ପତିକୁ ମୁଣ୍ଡପାତି ସ୍ୱୀକାର କରିବା ଉଚିତ୍ । ସରକାରଙ୍କ ଦୋଷ ତ୍ରୁଟିକୁ ସାମ୍ନାକୁ ଆଣିବାର ଦାୟିତ୍ୱ ଅଛି । କିନ୍ତୁ ତାଙ୍କ ହତାଶ ଭାବକୁ ରାଜଭବନ ଆଡ଼କୁ ନମୁହାଁଇଲେ ଭଲ ବୋଲି ସେ କହିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here