By Our Correspondent
BHUBANESWAR: ଯାଜପୁରର ବିରଜା କ୍ଷେତ୍ର କେବଳ ଓଡିଶାର ନୁହେଁ, ସାରା ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ଶକ୍ତି ପୀଠ।
ଏହି ପ୍ରାଚୀନ ପ୍ରସିଦ୍ଧ ଶକ୍ତି ପୀଠର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ମଞ୍ଜୁର କରାଯାଇଥିବା ପ୍ରକଳ୍ପ ଗୁଡିକ ଜାରି ରହିଛି।
ଏହା ସହିତ ମନ୍ଦିରର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକ ପଡିଲେ ନୂତନ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ କରାଯିବ।
ବିରଜା ମନ୍ଦିର ଓ ପାରିପାର୍ଶ୍ୱିକ ଉନ୍ନୟନ ପାଇଁ ଯେଉଁ ସବୁ ପ୍ରକଳ୍ପ ହାତକୁ ନିଆ ଯାଇଛି, ସେ ସବୁ ପ୍ରକଳ୍ପ ଠିକ୍ ସମୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।