By Our Correspondent
BALASORE:ବିଧାୟକ ସନ୍ତୋଷ ଖଟୁଆଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରିବା ଓ ଗିରଫ ଶିକାରୀଙ୍କ ସ୍ତ୍ରୀ ବିଜେଡି ସମାବେଶରେ ସାମିଲ ହେବା ଚିତ୍ର ଆସିବା ପରେ ନୀଳଗିରି ହାତୀ ଶିକାର ଓ ଦାନ୍ତଲୁଟ ଘଟଣା ନୂଆମୋଡ଼ ନେବ . ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ହୋଇଥିବା ହାତୀମୃତ୍ୟୁ ଓ ଦାନ୍ତଲୁଟ ଘଟଣା ଦିନକୁ ଦିନ ନୂଆମୋଡ଼ ନେବାକୁ ଯାଉଛି। ଶିକାରୀଙ୍କ ଭିଡିଓ ଫୁଟେଜ ଯେଉଁଥିରେ କିଭଳି ବିଧାୟକ ସନ୍ତୋଷ ଖଟୁଆଙ୍କୁ ଫସାଇବା ପାଇଁ କିଭଳି ଷଡଯନ୍ତ୍ର ରଚାଯାଇଥିଲା ତାହା ଶୁଣିବାକୁ ମିଳିଥିଲା।ତେବେ ଜଣେ ବିଧାୟକଙ୍କୁ କିଭଳି ଷଡଯନ୍ତ୍ର କରି ଅପରାଧୀକ ମାମଲାରେ ଛନ୍ଦାଇବା କୁ ଚକ୍ରାନ୍ତ ଓ ସମ୍ମାନ କ୍ଷୁର୍ଣ୍ଣ ଭଳି ଅଭିଯୋଗ ନେଇ ବିଧାୟକ ସନ୍ତୋଷ ଖଟୁଆ ନୀଳଗିରି ଥାନାରେ ଅଭିଯୋଗ ପରେ ପୁଣି ଆଉ ଏକ ସାଙ୍ଘାତିକ ଚିତ୍ର ପଦାକୁ ଆସିଛି।
ସୂଚନାଯୋଗ୍ୟ ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ପୁଟିବନ୍ଧ ଅଞ୍ଚଳରେ ହାତୀମୃତ୍ୟୁ ଓ ଦାନ୍ତଲୁଟ ଘଟଣାରେ ୪ ଜଣ ଶିକାରୀ ଗିରଫ ହୋଇସାରିଛନ୍ତି।ତେବେ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଶିକାରୀ ମାନଙ୍କୁ ସୁରକ୍ଷା ତଥା ତାଙ୍କଫାର୍ମ ହାଉସରୁ ଶିକାରୀ ଗିରଫ କରିବା ଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲେ ପୁର୍ବତନ ବିଧାୟକ ସୁକାନ୍ତ ନାୟକ।ପରେ ଘଟଣାକୁ ନେଇ ପୁଣି ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ,ଜିଲ୍ଲା ସଭାପତି ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ପୁର୍ବତନ ବିଧାୟକ ସୁକାନ୍ତ ନାୟକ ବିଧାୟକ ହାତୀଦାନ୍ତ ଶିକାରୀଙ୍କୁ ସୁରକ୍ଷା ଦେଉଥିବା ପୁଣି ଅଭିଯୋଗ ଆଣିଥିଲେ।
ଏପରିକି ବିଧାୟକଙ୍କୁ ଚୋର କହିବାକୁ ମଧ୍ୟ ପଛାଇ ନଥିଲେ।ପରେ ବିଧାୟକ ଲେଖାଶ୍ରୀଙ୍କୁ ପାଲଟା ଜବାବ ଦେବାପରେ ଲେଖାଶ୍ରୀ ମଧ୍ୟ ଭୁବନେଶ୍ୱର ମହିଳା ଥାନାରେ ବିଧାୟକଙ୍କ ନାମରେ ଅଭିଯୋଗ ଆଣିଥିଲେ।ଏପରିକି ପ୍ରତିବାଦ ସ୍ବରୂପ ନୀଳଗିରେ ବଜେଡି ମହିଳା ମାନଙ୍କୁ ନେଇ ବିକ୍ଷୋଭ ଶୋଭାଯାତ୍ରା କରି ଉପଜିଲ୍ଲାପାଳ ଅଫିସ ଆଗରେ ବର୍ଷିଛନ୍ତି।ହାତୀଦାନ୍ତ ଲୁଟେରାଙ୍କୁ ସୁରକ୍ଷା ବିଧାୟକ ଶ୍ରୀ ଖଟୁଆ ଦେଉଥିବା ଅଭିଯୋଗ ଆଣିଥିଲେ।ହେଲେ ଭୁଲି ଯାଇଥିଲେ କ୍ୟାମେରା ଲ୍ୟାନସରେ ଏଭଳି ଏକ ଚିତ୍ର କଏଦ ହୋଇଛି ଯାହା ଦେଖିଲେ ପାଦ ତଳୁ ମାଟି ଖସିଯିବ।ହାତୀଦାନ୍ତ ଲୁଟ ଅଭିଯୋଗରେ ଶିକାରୀ ତପନ ମାଝୀ ଗିରଫ ହୋଇଥିବା ବେଳେ ଆଜି ତାଙ୍କ ସ୍ତ୍ରୀ ମୁନି ମାଝୀ ଆଜି ବିଜେଡି ବିକ୍ଷୋଭ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ।
ଏପରିକି ପ୍ରଥମେ ମୁହଁଖୋଲି ବସିଥିବା ବେଳେ ପରେ ମୁହଁରେ ମାସ୍କ ଲଗାଇ ମୁହଁ ଛପା ମଧ୍ୟ ଦେଉଥିବାର ଦେଖାଯାଇଛି।ତାଙ୍କ ପାଖରେ ସ୍ଥାନୀୟ ପଞ୍ଚାୟତବାସୀ ତଥା ବିଜେଡି ନେତା ଉପେନ୍ଦ୍ର ଦାସ ମଧ୍ୟ ବସିବା ଦେଖାଯାଇଥିଲା।ଏଭଳି ଚିତ୍ର କ୍ୟାମେରା ଲ୍ୟାନ୍ସରେ କ୍ୟାପଚର ହେବାପରେ ବିଜେଡି ସହ ଶିକାରୀଙ୍କ ପରିବାରର ଲିଙ୍କ ଥିବା ଜଣାପଡିଛି।ଏପରିକି ଶିକାରୀଙ୍କ ପରିବାର ସମାବେଶରେ ବସିଥିବା ଫଟୋ ମଧ୍ୟ ବିଜେଡି ନେତା ଓ ନେତ୍ରୀମାନେ ସୋସିଆଲ ମିଡିଆରେ ଅପଲୋର୍ଡ କରିଛନ୍ତି।
ପୂର୍ବରୁ ଗିରଫ ଶିକାରୀ ମାନେ ହାତୀଦାନ୍ତ ଲୁଟ ଅଭିଯୋଗ ଆସିଲେ କିମ୍ବା ଧରାପଡିଲେ ବିଧାୟକ ସନ୍ତୋଷ ଖଟୁଆଙ୍କ ନାମ ନେବାକୁ ଶିଖାଯାଇଥିଲା ଯାହାର ଭିଡିଓ ଭାଇରାଲ ହେଉଛି।ଖାଲି ସେତକ ନୁହଁ ପୁର୍ବତନ ବିଧାୟକ ଓ ଛୁଆ ବାବୁ ମିଟିଙ୍ଗକୁ ଆସିବେ କହି ଶିକାରୀ ମାନଙ୍କୁ ଡକାଇ ସବୁ ପ୍ଲାନିଂ ହୋଇଥିବାର ସ୍ୱୀକାର କରି ବିଜେଡି କର୍ମୀ ଓ ନେତାଙ୍କ ନାମ ନେଵାକୁ ମଧ୍ୟ ପଛାଇ ନଥିଲେ।ପୁର୍ବରୁ ବିଧାୟକଙ୍କୁ ଫସାଇବା ପାଇଁ ଷଡ଼ଯନ୍ତ୍ର କରିବା ଓ ଆଜି ଗିରଫ ଶିକାରୀଙ୍କ ସ୍ତ୍ରୀ ବିଜେଡି ସମାବେଶରେ ସାମିଲ ହେବା ଚିତ୍ର ଆସିବା ପରେ ନୀଳଗିରି ହାତୀ ଶିକାର ଓ ଦାନ୍ତଲୁଟ ଘଟଣା ନୂଆମୋଡ଼ ନେବବୋଲି ଜଣାପଡିଛି।ସେପଟେ ଏଭଳି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଧାୟକ ସନ୍ତୋଷ ଖଟୁଆ।ମୋତେ ଯେଉଁ ଗାତଖୋଳି ପକାଇବା ପାଇଁ ଚାହଁଥିଲେ ସେହି ଗାତରେ ସେମାନେ ପଡିବାକୁ ଯାଉଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି।

























