ବିଧାନସଭା ନିର୍ବାଚନ – ୨୦୨୪ ରେ ଐତିହାସିକ ବିଜୟ ଲାଭ ପାଇଁ ବିଜେପି ଏବଂ ମହାୟୁତି ଗଠବନ୍ଧନର କାର୍ଯ୍ୟକର୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ରାଜ୍ୟ ସଭାପତି ମନମୋହନ ସାମଲ

0
68
BJP Odisha unit President Manmohan Samal-file

By Our Correspondent

BHUBANESWAR:   ମହାରାଷ୍ଟ୍ର ବିଧାନସଭା ନିର୍ବାଚନ – ୨୦୨୪ରେ ଐତିହାସିକ ବିଜୟ ଲାଭ ପାଇଁ ବିଜେପି ଏବଂ ମହାୟୁତି ଗଠବନ୍ଧନର କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ ନେତୃତ୍ୱ ତଥା ମାର୍ଗଦର୍ଶନରେ ମହାରାଷ୍ଟ୍ରର ସୁରକ୍ଷା, ସମୃଦ୍ଧତା ଏବଂ ଉତ୍ତମ ଶାସନ ଉପରେ ଲୋକମାନେ ନିଜର ଆର୍ଶୀବାଦ ଅଜାଡିଛନ୍ତି । ଏଥର ସହିତ ଉତ୍ତରପ୍ରଦେଶ ବିଧାନସଭା ଉପନିର୍ବାଚନରେ ମଧ୍ୟ ଜନତା ଏକତାର ମନ୍ତ୍ରରେ ସମ୍ମିଳିତ ହୋଇ ବିଜେପି – ଏନଡିଏ ମେଂଟକୁ ବିପୁଳ ମାତ୍ରାରେ ସମର୍ଥନ ଜଣାଇଛନ୍ତି ।

ଛତ୍ରପତି ଶିବାଜୀ ମହାରାଜାଙ୍କ ଭୁମି, ସତ୍ୟ, ନ୍ୟାୟ ଏବଂ ବୀରତାର ପ୍ରତୀକ ଅଟେ । ଏଥର ରାଜ୍ୟବାସୀ ପୁଣି ଥରେ ସତ୍ୟ ତଥା ପ୍ରଗତିର ମାର୍ଗକୁ ଆପଣାଇଛନ୍ତି । ମହାରାଷ୍ଟ୍ରର ଐତିହାସିକ ବିଜୟ ପାଇଁ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା, ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା, ଉପମୁଖ୍ୟମନ୍ତ୍ରୀ ଶ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସମେତ ସମସ୍ତ ସହଯୋଗୀ ଦଳ ଏବଂ କାର୍ଯ୍ୟକର୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here