ବିଜେପି ଶାସନରେ ହରିୟାଣା ; କଂଗ୍ରେସର ଭ୍ରଷ୍ଟାଚାର ଏବଂ ଗୁଣ୍ଡାରାଜରୁ ମୁକ୍ତ ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

0
63

By Our Correspondent

BHUBANESWAR:  ବିଜେପି ଶାସନରେ ହରିୟାଣା କଂଗ୍ରେସର ଭ୍ରଷ୍ଟାଚାର, ଗୁଣ୍ଡାରାଜ ଓ ଅରାଜକତାରୁ ମୁକ୍ତ ହୋଇଛି । ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ନେତୃତ୍ୱରେ ରାଜ୍ୟର ବିକାଶରେ ନୂଆ ଧାରା ସୃଷ୍ଟି ହୋଇଛି ବୋଲି ରବିବାର କରୁକ୍ଷେତ୍ର, ହରିୟାଣାରେ ଆୟୋଜିତ “ଆମର ହରିୟାଣା – ନନ୍ ଷ୍ଟପ୍ ହରିୟାଣା” କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ହରିୟାଣାର ଡବଲ ଇଞ୍ଜିନ ସରକାର ରାଜ୍ୟରେ ସୁଶାସନ ସ୍ଥାପନ କରି ବିକାଶର ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ଆଜିର ଦିନରେ ହରିୟାଣା, କଂଗ୍ରେସର ଭ୍ରଷ୍ଟାଚାର, ଲୁଟ୍, ଦୁର୍ନୀତି, ଅରାଜକତା ଏବଂ ଗୁଣ୍ଡାରାଜରୁ ମୁକ୍ତ ହୋଇ “ନନ୍ ଷ୍ଟପ୍” ଭାବରେ ବିକାଶ କରୁଛି । ନାୟବ ସିଂହ ସୈନୀଙ୍କ ସରକାରରେ ଗରିବ, କୃଷି, ମହିଳା, ଯୁବବର୍ଗ, ପଛୁଆ ବର୍ଗଙ୍କ କଲ୍ୟାଣ ଓ ବିକାଶରେ ହରିୟାଣା ଏକ ନୂଆ ଯୁଗ ଦେଖିଛି ।

ଆଗାମୀ ବିଧାନସଭା ନିର୍ବାଚନରେ ବିଜେପିର ହାଟ୍ରିକ୍ ବିଜୟ ହେବ । କୁରୁକ୍ଷେତ୍ରର ଜନସଭାରେ ଲୋକଙ୍କ ଉତ୍ସାହ ଦର୍ଶାଉଛି ଯେ ହରିୟାଣାର ଜନସାଧାରଣ କଂଗ୍ରେସର କୁଶାସନକୁ ପ୍ରତ୍ୟାଖ୍ୟାନ କରି ତୃତୀୟ ଥର ପ୍ରଚଣ୍ଡ ବହୁମତ ସହ ବିଜେପିର ବିକାଶମୁଖୀ ଡବଲ ଇଞ୍ଜିନ ସରକାର କରିବା ପାଇଁ ଯାଉଛନ୍ତି ।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ଗୁରୁକୁଳ କୁରୁକ୍ଷେତ୍ର ଶିକ୍ଷାନୁଷ୍ଠାନ ପରିଦର୍ଶନ କରିଥିଲେ । ଗୁରୁକୁଳର ପୂରା ଟିମକୁ ଶୁଭକାମନା ଜଣାଇବା ସହ ସେ କହିଛନ୍ତି, ଆଧୁନିକ ଶିକ୍ଷା ସହ ଭାରତୀୟତା ଏବଂ ବୈଦିକ ସଂସ୍କାରର ସଙ୍ଗମ ହେଉଛି କୁରୁକ୍ଷେତ୍ରର ଗୁରୁକୁଳ । ଏହା ରାଷ୍ଟ୍ରୀୟ ଶିକ୍ଷା ନୀତିର ପରିକଳ୍ପନା ମଧ୍ୟ । ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା, ଯୁବବର୍ଗଙ୍କ ମଧ୍ୟରେ ଯୁକ୍ତିସଙ୍ଗତ ବିଚାରଧାରା, ବୈଜ୍ଞାନିକ ସ୍ୱଭାବ ଏବଂ ଉତ୍ତମ ସଂସ୍କାର ପ୍ରଦାନ କରିବା ଦିଶାରେ ଗୁରୁକୁଳ ଉଲ୍ଲେଖନୀୟ ଉଦ୍ୟମ ଜାରି ରଖିଛି ବୋଲି ସେ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଦଳ ପକ୍ଷରୁ ଆୟୋଜିତ “ଆମର ହରିୟାଣା – ନନ୍ ଷ୍ଟପ୍ ହରିୟାଣା” କାର୍ଯ୍ୟକ୍ରମରେ ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ, ପ୍ରଦେଶ ଅଧ୍ୟକ୍ଷ ମୋହନଲାଲ ବାଦୋଲି ଏବଂ ହରିୟାଣାର ବରିଷ୍ଠ ନେତାଗଣ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here