ବିଜେପି ରାଜ୍ୟ ସାମାଜିକ ସଂଗଠନ ପ୍ରକୋଷ୍ଠର ରାଜ୍ୟସ୍ତରୀୟ ସଦସ୍ୟତା କର୍ମଶାଳା

0
45

By Our Correspondent

BHUBANESWAR:    ଭାରତୀୟ ଜନତା ପାର୍ଟି ସାମାଜିକ ସଂଗଠନ, ଓଡିଶା ପ୍ରଦେଶର ରାଜ୍ୟସ୍ତରୀୟ ସଦସ୍ୟତା ଅଭିଯାନ କର୍ମଶାଳା ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଅଛି । ସାମାଜିକ ସଂଗଠନ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ ରଶ୍ମୀରଞ୍ଜନ କାନୁନଗୋଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳାରେ ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ ଯୋଗ ଦେଇ ଓଡିଶାର ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ବିଜେପି ହେଉଛି ଜନତାଙ୍କ ଦଳ ।

ବିଜେପି ସରକାର ଏକ ଜନମଙ୍ଗଳକାରୀ ସରକାର । ଲୋକଙ୍କ ସ୍ୱାର୍ଥ ପାଇଁ ଏବଂ ଦେଶର ବିକାଶ ପାଇଁ ଆମ ରାଜ୍ୟର ଲୋକେ ବହୁ ସଂଖ୍ୟାରେ ବିଜେପିରେ ସାମିଲ ହୋଇ ରାଷ୍ଟ୍ର ଗଠନରେ ନିଜ ଅବଦାନ ରଖିବେ, ତାହା ସ୍ପଷ୍ଟ ଅନୁମେୟ ହୋଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ରାଜ୍ୟ ସଦସ୍ୟତା ଅଭିଯାନର ସହପ୍ରଭାରୀ ଶ୍ରୀଯୁକ୍ତ ଅଶୋକ ମିଶ୍ର ଯୋଗ ଦେଇ ସଦସ୍ୟତା ଅଭିଯାନର ବିଭିନ୍ନ ବିନ୍ଦୁ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ସାମାଜିକ ସଂଗଠନ ବିକଶିତ ଓଡିଶା ତଥା ପୂର୍ବୋଦୟର କର୍ଣ୍ଣଧାର ଅଟନ୍ତି ବୋଲି ମତ ରଖିଥିଲେ । “ବିକଶିତ ଓଡିଶା ତଥା ବିକଶିତ ଭାରତ” ରଥର ସାରଥି ଭାବେ ବିଭିନ୍ନ ସାମାଜିକ ସଂଗଠନ ଅଗ୍ରଣୀ ଭୂମିକା ନିର୍ବାହ କରିବେ ବୋଲି ମତବ୍ୟକ୍ତ କରିଥିଲେ । ବିଜେପି ସରକାର ସାମାଜିକ ସଂଗଠନର ବିକାଶ ପାଇଁ ଅତ୍ୟନ୍ତ ଯତ୍ନବାନ ଅଟନ୍ତି । ୨୦ରୁ ୨୫ ହଜାର ନୂତନ ସଭ୍ୟ ସଂଗ୍ରହ କରିବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସାମାଜିକ ସଂଗଠନ ପ୍ରକୋଷ୍ଠର ରାଜ୍ୟ ସଂଯୋଜକ ଶ୍ରୀ କାନୁନଗୋ କହିଥିଲେ ।

ଏହି କର୍ମଶାଳାରେ ବିଜେପି ନେତା ଅଯୋଧ୍ୟା ଶତପଥି ଓ ରାଜ୍ୟର ବିଭିନ୍ନ ସାମାଜିକ ସଂଗଠନର ଶତାଧିକ କର୍ମକର୍ତାମାନେ ଯୋଗଦେଇ କର୍ମଶାଳାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

 

LEAVE A REPLY

Please enter your comment!
Please enter your name here