ବିଜେଡିରେ ଯୋଗଦେଲେ କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ

0
144

By Our Correspondent

BHUBANESWAR:  ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜଟଣୀ ନିର୍ବାଚନମଣ୍ଡଳୀର ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରମୋଦ ହରିଚନ୍ଦନଙ୍କ ସମେତ ଶତାଧିକ କଂଗ୍ରେସ ଓ ବିଜେପି କର୍ମକର୍ତ୍ତା ଏବଂ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟ, ଭୁବନେଶ୍ୱର ଲୋକସଭାର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମମଥ ରାଉତରାୟ, ବିଜେଡି ସମ୍ପାଦକ ପ୍ରଦୀପ ସାହୁ ଓ ବିଜେଡି ଜିଲ୍ଲା ଉପସଭାପତି ବିପିନ ଜୟସିଂହଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି।

ଦଳରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ ଏବଂ ଶତାଧିକ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କୁ ଶ୍ରୀ ମଙ୍ଗରାଜ, ଶ୍ରୀ ବଳବନ୍ତରାୟ, ଶ୍ରୀ ରାଉତରାୟ, ଶ୍ରୀ ସାହୁ ଓ ଶ୍ରୀ ଜୟସିଂହ ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ। ଆଜି କଂଗ୍ରେସ ଓ ବିଜେପି କର୍ମୀଙ୍କ ଯୋଗଦାନ ଫଳରେ ବିଶେଷକରି ଜଟଣୀ ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ମଙ୍ଗରାଜ, ଶ୍ରୀ ବଳବନ୍ତରାୟ, ଶ୍ରୀ ରାଉତରାୟ, ଶ୍ରୀ ସାହୁ ଓ ଶ୍ରୀ ଜୟସିଂହ କହିଥିଲେ।

ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା କଂଗ୍ରେସ ନେତା ପ୍ରମୋଦ ହରିଚନ୍ଦନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ ଓ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ।

ଏହି ମିଶ୍ରଣ ସାମାଜିକ କର୍ମୀ ସରୋଜ କୁମାର ବଳିୟାରସିଂହ, ଜଟଣୀ ମ୍ୟୁନିସପାଲଟିର କଂଗ୍ରେସ କାଉନସିଲର ଇତିଶ୍ରୀ ଦାସ, ଅନୀତା ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ, ସରପଞ୍ଚ କୌଶଲ୍ୟା ବଳିୟାରସିଂହ, ପୂର୍ବତନ କାଉନସିଲର ସୌମେନ୍ଦ୍ର ପଟ୍ଟନାୟକ, ସାଂସଦଙ୍କ ଜଟଣୀ ବ୍ଲକ ପ୍ରତିନିଧି ରବି ନାରାୟଣ ସ୍ୱାଇଁ, ବିଜେପି ନେତା ପ୍ରଶାନ୍ତ କୁମାର ଦାସ, ଯୁବ କଂଗ୍ରେସ ନେତା ବିଜୟ କେତନ ମଙ୍ଗରାଜ, ପୂର୍ବତନ ସରପଞ୍ଚ ବାବାଜୀ ମଙ୍ଗରାଜ, ବିଜେପି ଯୁବ ନେତା ମନେଶ ସେଠୀ, ଲକ୍ଷ୍ମୀଧର ସାହୁ, ଦ୍ୱାରିକା ଛୋଟରାୟ, ମହମ୍ମଦ ଇସକ୍‌, ଏସ୍‌କେ କୋରବାର, ବିଟୁ ମହେଶ, ସୁଶାନ୍ତ କୁମାର ନାଏକ, ଭାରତୀ ଭୂଷଣ ମିଶ୍ର, ଏନ୍‌.ଜଗନ୍ନାଥ ରାଓ, ଦିଲ୍ଲୀପ ବିଶ୍ୱାଳ, ମହେଶ୍ୱର ଦାସ ଓ ମୁନ୍ନା ବାରିକଙ୍କ ସହ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ବିଜେଡି଼ରେ ସାମିଲ ହୋଇଥିଲେ। ଶେଷରେ ବିଜେଡି଼ ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

 

 

 

LEAVE A REPLY

Please enter your comment!
Please enter your name here