ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ

0
501
ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ ମୁଖ୍ଯ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ଯୋଗ ଦେଇ ସମସ୍ତଙ୍କୁ ସ୍ଵାଗତ ଏବଂ ଅଭିନନ୍ଦନ ଜଣାଇବା ସହ ଦେଶ, ସମାଜ ତଥା ସାଧାରଣ ଲୋକଙ୍କ ପାଇଁ ସାଧୁତା ଓ ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି

By Our Correspondent

BHUBANESWAR:  ଆଜି ପୂର୍ବାହ୍ନରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି l ଏହି ସମାରୋହରେ ମୁଖ୍ଯ ଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ସୁନୀଲ କୁମାର ବଂସଲ ଯୋଗ ଦେଇ ସମସ୍ତଙ୍କୁ ସ୍ଵାଗତ ଏବଂ ଅଭିନନ୍ଦନ ଜଣାଇବା ସହ ଦେଶ, ସମାଜ ତଥା ସାଧାରଣ ଲୋକଙ୍କ ପାଇଁ ସାଧୁତା ଓ ସଚ୍ଚୋଟତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି I ଏହି ଅବସରରେ ଡିଜିପି ଶ୍ରୀ ବଂସଲ କହିଥିଲେ ଯେ, ସାରା ଭାରତରେ ମାଓ ଦମନ ଅଭିଯାନରେ ଓଡିଶା ପୋଲିସର ସ୍ଵତନ୍ତ୍ର ସୁନାମ ରହିଛି l ଆଗାମୀ ଦିନରେ ମାଓ ଦମନ ଅଭିଯାନରେ ଏହି କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା  ଗ୍ରହଣ କରିବେ ବୋଲି ଡିଜିପି ଶ୍ରୀ ବଂସଲ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଛନ୍ତି l

ମାଓ ଦମନ ଅଭିଯାନରେ ଓଡିଶା ପୋଲିସକୁ ଆହୁରି ବହୁତ ରାସ୍ତା ଯିବାକୁ ବାକି ରହିଛି l ଦାୟିତ୍ଵ  ଏବଂ ବଳିଷ୍ଠ ନେତୃତ୍ଵ ନେଇ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବାପାଇଁ ଡିଜିପି ଶ୍ରୀ ବଂସଲ ଆହ୍ଵାନ ଦେଇଥିଲେ l ଦୁର୍ଗମ ଅଞ୍ଚଳରେ ମାଓ ଦମନ ଅଭିଯାନ ସମୟରେ ସ୍ଥାନୀୟ ବାସୀନ୍ଦାଙ୍କ ପ୍ରତି ଯତ୍ନବାନ ହେବାକୁ ମଧ୍ୟ ଡିଜିପି ପରାମର୍ଶ ଦେଇଥିଲେ l ସାରା ଦେଶରେ ଓଡିଶା ପୋଲିସର ସ୍ପେଶାଲ ଅପରେସନ ଗୃପ (SOG) ସର୍ବଶ୍ରେଷ୍ଠ ମାଓ ବିରୋଧୀ ବାହିନୀ  l ସାହସ, ନେତୃତ୍ଵ ଏବଂ ଦକ୍ଷତା ପ୍ରତିପାଦନ କରିବାରେ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ମାନଙ୍କୁ (SOG) ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିବ ବୋଲି ଡିଜିପି କହିଥିଲେ l

ଏକ ନୂତନ ଆଶା, ଉତ୍ସାହ ଏବଂ ଉଦ୍ଦୀପନାର ସହ କାର୍ଯ୍ୟ କ୍ଷେତ୍ରରେ ଯୋଗଦେଇ ଓଡିଶା ପୋଲିସ ପାଇଁ ସୁନାମ ଆଣିବାକୁ ଡିଜିପି ପରାମର୍ଶ ଦେଇଥିଲେ l ଏକାଡେମୀରେ ପ୍ରଦାନ କରାଯାଇଥିବା ତାଲିମ ଆଗାମୀ ଦିନରେ ନବନିଯୁକ୍ତ କ୍ୟାଡେଟ ସବ୍ ଇନ୍ସପେକ୍ଟର (ସଶସ୍ତ୍ର)ଙ୍କୁ ଆହୁରି ଦାୟିତ୍ଵବାନ ଏବଂ କର୍ତ୍ତବ୍ୟ ସମ୍ପାଦନ କରିବାରେ ସହାୟକ ହେବ ବୋଲି ଡିଜିପି ଆଶାବ୍ୟକ୍ତ କରିଥିଲେ l

ଏହି ଅବସରରେ ଡିଜିପି ଓଡିଶା ପୋଲିସରେ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ l ଚଳିତ ବର୍ଷ ୪୫୦୦ କନେଷ୍ଟବଳଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ସେମାନଙ୍କୁ ଏବେ ତାଲିମ ପ୍ରଦାନ କରାଯାଉଛି l

ସେହିପରି ୪୭୦ ସବ୍-ଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି ଏବଂ ଖୁବ ଶୀଘ୍ର ଏହି ପ୍ରକ୍ରିୟାକୁ ସମାପ୍ତ କରାଯିବ ବୋଲି ଡିଜିପି ନିଜ ଅଭିଭାଷଣରେ କହିଛନ୍ତି l ଏହି ଦୀକ୍ଷାନ୍ତ ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ (BPSPA) ର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ, ଆଇଜିପି ଶ୍ରୀମତୀ ସାଇନି ଏସ୍ ଙ୍କ ସମେତ ପୋଲିସ ବିଭାଗର ବହୁ ବରିଷ୍ଠ ପଦଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

ଏହି ଅବସରରେ କ୍ୟାଡେଟ୍ ସବ୍-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦ୍ଵାରା ଚିତ୍ତାକର୍ଷକ   ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା l ଟ୍ରେନିଂ ସମୟରେ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ସଂକଲ୍ପ ରାଜ ଶ୍ରେଷ୍ଠ, ଦିଲ୍ଲୀପ କୁମାର ବେହେରା , ଜିତେନ୍ଦ୍ରିୟ  ସିଂ, ସୁଶାନ୍ତ କୁମାର ବାରିକ, ପ୍ରୀତମ କୁମାର ପ୍ରତିହାରୀଙ୍କୁ ଡିଜିପି ପୁରସ୍କାର ଓ ସମ୍ବର୍ଦ୍ଧିତ କରିଥିଲେ l ଏହାସହ BPSPAର ଇନ୍ସପେକ୍ଟର କାବେରୀ ପ୍ରଧାନ, ଏଏସଆଇ ବାବୁଲା ସାମଲ, ହାବିଲଦାର ପଦ୍ମଚରଣ ଜେନାମଣି, ଇନ୍ସପେକ୍ଟର  (ସଶସ୍ତ୍ର) ସୁଜିତ ମିଶ୍ର , ଏସଆଇ (ସଶସ୍ତ୍ର) ଅନ୍ତର୍ଯାମୀ ସାହୁ  ଏବଂ କନେଷ୍ଟବଳ ଦୂର୍ଗାପ୍ରସାଦ ନନ୍ଦଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଟ୍ରେନିଂ ମେଡାଲ (୨୦୨୦-୨୧) ଡିଜିପି ଶ୍ରୀ ବଂସଲ ପ୍ରଦାନ କରିଥିଲେ l

LEAVE A REPLY

Please enter your comment!
Please enter your name here