ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ, ଟିକସ ଅଂଶ, କେନ୍ଦ୍ରୀୟ ଉଦ୍ୟୋଗମାନଙ୍କ ବ୍ୟୟ ବରାଦ ବାବଦରେ ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଓ ସହାୟତା ଓଡ଼ିଶାକୁ ଦେଇଛନ୍ତି

0
193
ମୋଦିଜୀ ସମସ୍ତ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାରେ ସଫଳ ହୋଇଛନ୍ତି । ଭାରତବର୍ଷର ଅର୍ଥନୀତିକୁ ମୋଦିଜୀ ବିଶ୍ୱର ୫ମ ସ୍ଥାନରେ ପହଂଚାଇଛନ୍ତି ଏବଂ ଆଗାମୀ ୨୦୪୭ସୁଦ୍ଧା ଭାରତ ବିଶ୍ୱଗୁରୁ ଓ ପରମ ବୈଭବଶାଳୀ ହେବା ଦିଗରେ ଅନବରତ କାର୍ଯ୍ୟ କରିଚାଲିଛନ୍ତି । ଚନ୍ଦ୍ରାୟନ, ଜି-୨୦ ସମ୍ମିଳନୀ, ଅଗ୍ନିବୀର, କାଶ୍ମୀରରେ ୩୬୫ ଧାରାର ଉଚ୍ଛେଦ, ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା, ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ଦେଶ ତଥା ବିଶ୍ୱର ନେତୃତ୍ୱ ନେଇଥିବା ମୋଦିଜୀଙ୍କୁ ରାଜ୍ୟ ସଭାପତି Manmohan Samal ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

By Our Correspondent

BHUBANESWAR:   ରାଜ୍ୟର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ, ଟିକସ ଅଂଶ, କେନ୍ଦ୍ରୀୟ ଉଦ୍ୟୋଗମାନଙ୍କ ବ୍ୟୟ ବରାଦ ବାବଦରେ ଗତ ୯ବର୍ଷରେ ୧୮ଲକ୍ଷ ୮୩ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ ଓ ସହାୟତା ଓଡ଼ିଶାକୁ ଦେଇଛନ୍ତି ।

ଅର୍ଥାତ ଏକ ସୁସ୍ଥ ଓ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ବର୍ଷକୁ ପ୍ରାୟ ୨ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଟଙ୍କା ଅନୁଦାନ ଆକାରରେ ପଠାଇଛନ୍ତି । ଏହି ଟଙ୍କାକୁ ରାଜ୍ୟ ସରକାର କ’ଣ ଖର୍ଚ୍ଚ କଲେ, ତାହା ବିଜେପି ପ୍ରଶ୍ନ କରୁଥିଲେ ମଧ୍ୟ ଦାୟିତ୍ୱହୀନ ରାଜ୍ୟ ସରକାର ଏହାର ଉତର ଦେଉନାହାନ୍ତି । ରାଜ୍ୟ ସରକାର ମୌନ ଧାରଣ ନକରି ଏହାର ବିସ୍ତୃତ ଜବାବ୍ ରାଜ୍ୟବାସୀଙ୍କୁ ଯଥାଶୀଘ୍ର ଦିଅନ୍ତୁ।

ମୋଦିଜୀ ସମସ୍ତ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାରେ ସଫଳ ହୋଇଛନ୍ତି । ଭାରତବର୍ଷର ଅର୍ଥନୀତିକୁ ମୋଦିଜୀ ବିଶ୍ୱର ୫ମ ସ୍ଥାନରେ ପହଂଚାଇଛନ୍ତି ଏବଂ ଆଗାମୀ ୨୦୪୭ସୁଦ୍ଧା ଭାରତ ବିଶ୍ୱଗୁରୁ ଓ ପରମ ବୈଭବଶାଳୀ ହେବା ଦିଗରେ ଅନବରତ କାର୍ଯ୍ୟ କରିଚାଲିଛନ୍ତି । ଚନ୍ଦ୍ରାୟନ, ଜି-୨୦ ସମ୍ମିଳନୀ, ଅଗ୍ନିବୀର, କାଶ୍ମୀରରେ ୩୬୫ ଧାରାର ଉଚ୍ଛେଦ, ଅଯୋଧ୍ୟାରେ ରାମମନ୍ଦିର ପ୍ରତିଷ୍ଠା, ବୈଶ୍ୱିକ ମହାମାରୀ କରୋନା ବିରୁଦ୍ଧ ଯୁଦ୍ଧରେ ଦେଶ ତଥା ବିଶ୍ୱର ନେତୃତ୍ୱ ନେଇଥିବା ମୋଦିଜୀଙ୍କୁ ରାଜ୍ୟ ସଭାପତି Manmohan Samal ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here