By Our Correspondent
BHUBANESWAR:ଜାତୀୟ କୃମିନାଶକ ଦିବସ ଅବସରରେ ଆଜି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ଅଂଚଳରେ ହୋଇଛି ବ୍ୟାପକ କାର୍ଯ୍ୟକ୍ରମ । ବିଏମ୍ ସି ଅଂଚଳରେ ଥିବା ମୋଟ 350ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ସହ 365ଟି ଅଙ୍ଗନଓ୍ୱାଡି କେନ୍ଦ୍ରରେ ଦିଆଯାଇଛି କୃମିନାଶକ ଔଷଧ ।
ଏହି ଉପଲକ୍ଷେ ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଏମ୍ ସି ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ 1ବର୍ଷରୁ 19 ବର୍ଷର ବାଳକ ଓ ବାଳିକାମାନଙ୍କୁ କୃମିନାଶକ ଔଷଧ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମାନସୀରାଣୀ ସୁନ୍ଦରାୟ ଏବଂ ଶ୍ରୀ ଶୁଭ୍ରାଂଶୁ ଖେଖର ପଟ୍ଟନାୟକ, ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ, ଡାକ୍ତର ନୀଳମଣି ସେନାପତି, ଡାକ୍ତର ସ୍ମୃତିଜିତ୍ ପଟ୍ଟନାୟକଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ସ୍ୱାସ୍ଥ୍ୟକର୍ମୀ ପ୍ରମୁଖ ଯୋଗଦେଇଥିଲେ ।
ସମ୍ପତ୍ତି ଭୁବନେଶ୍ୱରେ 1ରୁ 19 ବର୍ଷ ମଧ୍ୟରେ ମୋଟ 1 ଲକ୍ଷ, 7 ହଜାର 768 ଜଣ ରହିଥିବା ବେଳେ 20-24 ବର୍ଷ ମଧ୍ୟରେ 12 ହଜାର 357 ଜଣ ଯୁବକ ଯୁବତୀ ରହିଛନ୍ତି । ଅର୍ଥାତ୍ 1ରୁ 24 ବର୍ଷ ମଧ୍ୟରେ ମୋଟ 1 ଲକ୍ଷ, 82 ହଜାର125 ଜଣ କୃମିନାଶକ ଔଷଧ ସେବନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମାତ୍ର ଯେଉଁମାନେ କୌଣସି କାରଣ ବସତଃ ଟିକା ନେଇ ପାରି ନାହାଁନ୍ତି, ସେମାନେ ପରବର୍ତ୍ତୀ ସମୟରେ ଅର୍ଥାତ୍ ଚଳିତମାସ 17 ତାରିଖରେ ନେଇପାରିବେ ବୋଲି ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।
ଏହି ଟିକା 1ରୁ 19 ବର୍ଷର ପିଲାମାନେ ସମସ୍ତେ କୃମିନାଶକ ଔଷଧ ଖାଇବା ଦରକାର । କାରଣ ଯଦି ଶିଶୁମାନେ କୃମି ଦ୍ୱାରା ସଂକ୍ରମିତ ହୁଅନ୍ତି, ତେବେ ସେମାନେ ଅପପୃଷ୍ଟି ଏବଂ ରକ୍ତହିନତା ରୋଗର ଶିକାର ହୋଇଥାନ୍ତି । ସେମାନଙ୍କର ଶାରୀରିକ ଓ ମାନସିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ । ଏହି ଔଷଧ ଖାଇବା ଦ୍ୱାରା ସହଜରେ କୃମି ସଂକ୍ରମଣକୁ ନିୟନ୍ତ୍ରଣ କରିହେବ ଏବଂ ଏହାକୁ ଗର୍ଭିଣୀମାନେ ମଧ୍ୟ ଖାଇପାରିବେ ବୋଲି କହିଛନ୍ତି ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ।