ବାହୁଡ଼ା ଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ରୂପେ ସମ୍ପାଦିତ ହୋଇଥିବାରୁ, ସମସ୍ତ ନିଯୋଗର ସେବକ ବନ୍ଧୁଙ୍କ ସମର୍ପିତ ତଥା ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି-ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ

0
518
Chief Administrator of Shri Jagannath Temple Administration (SJTA), Arabinda Kumar Padhee -file

By Our Correspondent

PURI: ଶ୍ରୀବିଗ୍ରହଙ୍କ ପବିତ୍ର ବାହୁଡ଼ା ଯାତ୍ରା ଶାନ୍ତିର ସହ ସମାପନ ହୋଇଛି।  ରଥାରୂଢ ଠାକୁରଙ୍କୁ ନେଇ  ରଥତ୍ରୟ ଶ୍ରୀମନ୍ଦିର ସିଂହଦ୍ବାର ଠାରେ ପହଞ୍ଚିଛନ୍ତି।

ବାହୁଡ଼ା ଯାତ୍ରାର ସମସ୍ତ ନୀତିକାନ୍ତି ସୂଚାରୁ ରୂପେ ସମ୍ପାଦିତ ହୋଇଥିବାରୁ, ସମସ୍ତ ନିଯୋଗର ସେବକ ବନ୍ଧୁଙ୍କ ସମର୍ପିତ ତଥା ଉତ୍ସର୍ଗୀକୃତ ସେବା ମନୋଭାବ ପାଇଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଅଛି।
ସେହିପରି, ଶ୍ରୀମନ୍ଦିର ତଥା ଜିଲ୍ଲା ଏବଂ ପୁଲିସ ପ୍ରଶାସନର ସମସ୍ତ ଅଧିକାରୀ ତଥା କର୍ମଚାରୀ, ସରକାରଙ୍କ ବିଭିନ୍ନ ବିଭାଗ, ସ୍ଵେଚ୍ଛାସେବୀ, ଗଣମାଧ୍ୟମ ଏବଂ ମହାପ୍ରଭୁଙ୍କ ଅଗଣିତ ଭକ୍ତଗଣଙ୍କୁ ମଧ୍ୟ ହାର୍ଦ୍ଦିକ ଧନ୍ୟବାଦ ଜ୍ଞାପନ କରୁଅଛି।
ଆଗାମୀ ଦେବନୀତି, ସୁନାବେଶ ସମ୍ପାଦନ ତଥା ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୁଣି ଥରେ ସମସ୍ତଙ୍କୁ ବିନମ୍ର ନିବେଦନ ରଖୁଛି।, ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ

LEAVE A REPLY

Please enter your comment!
Please enter your name here