ବାଲେଶ୍ୱର ଛାତ୍ରୀ ମୃତୁ୍ୟ ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ବିକ୍ଷୋଭ ,ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକଲା ଯୁବଛାତ୍ର କ୍ରାନ୍ତି ସେନା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ, ପୋଲିସ୍ ସହ ଧସ୍ତାଧସ୍ତି

0
234

By Our Correspondent

BHUBANESWAR:ବାଲେଶ୍ୱର ଫୀକର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଦୁଃଖଦ ମୃତୁ୍ୟ କେବଳ ଜଣେ ଛାତ୍ରୀଙ୍କ ଆତ୍ମଦାହ ଘଟଣା ନୁହେଁ, ବରଂ ଏହା ଓଡ଼ିଶାର ଶିକ୍ଷା ବ୍ୟବସ୍ଥା, ମହିଳା ସୁରକ୍ଷା, ନାରୀ ନିର୍ଯ୍ୟାତନା ଓ ଓଡ଼ିଶାରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ଡବଲ ଇଞ୍ଜିନ୍ ସରକାରର ଦାୟିତ୍ୱହୀନତା, ବିଫଳତା ଓ ଅସମ୍ବେଦନଶୀଳତାକୁ ଉଜାଗର କରିଦେଇଛି । ଏକ ଶିକ୍ଷା ପ୍ରତିଷ୍ଠାନର ଏଚ୍ଓଡି ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ କରି, ନ୍ୟାୟ ପାଇଁ ଲଢୁଥିବା ସୌମ୍ୟାଶ୍ରୀ ନିଜର ଶରୀରକୁ ନିଆଁ ଲଗାଇବାକୁ ବାଧ୍ୟ ହେଲେ, ଯାହା ଅତ୍ୟନ୍ତ ଦୁଃଖଦ ତଥା ଆମ ଶାସକୀୟ ବ୍ୟବସ୍ଥାର ନଗ୍ନ ଚିତ୍ର ।

ଏହା ଆତ୍ମହୁତି ନୁହେଁ ବରଂ ସରକାରଙ୍କର ଏକ ପ୍ରାୟୋଜିତ ହତ୍ୟା ବୋଲି ଯୁବଛାତ୍ର କ୍ରାନ୍ତି ସେନାର ଆବାହକ ପାର୍ଥସାରଥୀ ମୁଦୁଲି ଅଭିଯୋଗ କରିଛନ୍ତି । ପୀଡ଼ିତା ବାରମ୍ବାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ରାଜ୍ୟ ଶିକ୍ଷାମନ୍ତ୍ରୀ, ସାଂସଦ, ବିଧାୟକ, ସ୍ଥାନୀୟ ପ୍ରଶାସନ ତଥା କଲେଜ ଅଧ୍ୟକ୍ଷକଙ୍କୁ ଚିଠି ଲେଖି ଓ ଟ୍ୱିଟ କରି ନ୍ୟାୟ ଓ ସୁରକ୍ଷା ପାଇଁ ନିବେଦନ କରିଥିଲେ ।

କିନ୍ତୁ ତାଙ୍କର ସ୍ୱର ଶୂନ୍ୟରେ ବିଲୀନ ହୋଇଗଲା । ସରକାର, ପୋଲିସ୍ ବା କଲେଜ ପ୍ରଶାସନ କେହି ମଧ୍ୟ ଛାତ୍ରୀଙ୍କ ଅନ୍ତିମ ସଂଘର୍ଷକୁ ଗୁରୁତ୍ୱ ଦେଇନଥିଲେ । ତାଙ୍କର ମୃତୁ୍ୟ କେବଳ ଦୁଃଖଦ ଘଟଣା ନୁହେଁ, ବରଂ ଏହା ଓଡ଼ିଶାର ଶିକ୍ଷା ଓ ଅବ୍ୟବସ୍ଥାର ଅନ୍ୟାୟ, ଅନୀତି, ନ୍ୟାୟ ବ୍ୟବସ୍ଥାର ଅସଂଗତି ଓ ମହିଳା ସୁରକ୍ଷା ପ୍ରତି ଶାସନ ଉଦାସୀନତାର ଜ୍ୱଳନ୍ତ ନିଦର୍ଶନ । ବିଜେପିର ଡବଲ ଇଞ୍ଜିନ ସରକାରରେ ଓଡ଼ିଶାରେ ନାରୀ ନିର୍ଯ୍ୟାତନା ଚରମ ସୀମାରେ ପହଞ୍ଚôଛି । ରାଜ୍ୟରେ ପ୍ରତିଦିନ ବଳାକ୍ରାର ଓ ଗଣଦୁଷ୍କର୍ମ ବଢି •ଲିଛି । ଲୋକଙ୍କ ସରକାର କହୁଥିବା ମୋହନ ସରକାର ସବୁ ଜାଣି ନିଦାବିଷ୍ଣୁ ସାଜିଛନ୍ତି ।

ଏହି ଘଟଣାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଯୁବଛାତ୍ର କ୍ରାନ୍ତି ସେନା ତରଫରୁ ଆବାହକ ପାର୍ଥସାରଥୀ ମୁଦୁଲିଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନରୁ ଏକ ବିରାଟ ଶୋଭାଯାତ୍ରାରେ ବାହରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଛାତ୍ରୀଙ୍କୁ ନ୍ୟାୟ ଦେବାକୁ ପ୍ରୟାସ କରିଥିଲେ । ହେଲେ ପୋଲିସ୍ ସରକାରଙ୍କ ଗୁଣ୍ଡା ସାଜି କ୍ରାନ୍ତିସେନାର ଶାଣିତ ସ୍ୱରକୁ କଣ୍ଠରୋଧ କରିବାକୁ ଚେଷ୍ଟା କରିଥିଲ ।
ଏପରିକି ଛାତ୍ରମାନଙ୍କ ଉପରକୁ ଲାଠି•ର୍ଜ କରିବାକୁ ପଛଘୁଞ୍ଚା ଦେଇନଥିଲା । ଯୁବଛାତ୍ରଙ୍କ କଣ୍ଠରୋଧ କରିବାକୁ ପୋଲିସ୍କୁ ଢାଲ କରିଛି ମୋହନ ସରକାର । ଯେପର୍ଯ୍ୟନ୍ତ ଭଉଣୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳଛିି, ସେପର୍ଯ୍ୟନ୍ତ ଯୁବଛାତ୍ର କ୍ରାନ୍ତି ସେନା ତାର ଲଢେଇ ଜାରି ରଖିବ ବୋଲି ଆବାହକ ଶ୍ରୀ ମୁଦୁଲି କହିଛନ୍ତି । ଏହି ବିକ୍ଷୋଭରେ ଭିନିତ ସ୍ୱାଇଁ, କ୍ଷୀତିଶ ଚନ୍ଦ୍ର ବାରିକ, ସ୍ୱାଗତ କର, ସ୍ନେହାଶିଷ ଦାସ, ଜିଗର ସାହୁ, ଦେବାଶିଷ ସାହୁ ପ୍ରମୁଖ ସାମିଲ ହୋଇ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here