By Our Correspondent
BHUBANESWAR: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନଙ୍କୁ ଆନିମେସନ୍ ଭିଡିଓ ଜରିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଅଭିନବ ଢଙ୍ଗରେ ପ୍ରସ୍ତୁତ ହୋଇଥିବା ଏହି କ୍ଷୁଦ୍ର ବାଲୁକା ଆନିମେସନରେ ନିଖୁଣ ଭାବରେ ଡା. ପ୍ରଧାନଙ୍କ ଚିତ୍ର ଅତି ନିଖୁଣ ଭାବରେ ଅଙ୍କାଯାଇଛି । ତାଙ୍କ ଦ୍ୱାରା ପ୍ରସ୍ତୁତ ଭିଡିଓ ଡା. ପ୍ରଧାନଙ୍କ ପ୍ରତି ଥିବା ସମ୍ମାନ ଓ ସ୍ମୃତିର ବାର୍ତ୍ତା ବହନ କରୁଛି ।
ଡ଼ାକ୍ତର ଦେବେନ୍ଦ୍ର ପ୍ରଧାନ ଓଡ଼ିଶାର ଜଣେ ଅଭିଜ୍ଞ ରାଜନେତା, ବିଶିଷ୍ଟ ଡାକ୍ତର ତଥା ଜଣେ ଉତ୍ସର୍ଗୀକୃତ ସମାଜସେବୀ ଥିଲେ । ଦୁଇ ଥର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଥିବା ଡାକ୍ତର ପ୍ରଧାନ ଜନସେବା, ସ୍ୱାସ୍ଥ୍ୟସେବା ଏବଂ ତୃଣମୂଳ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଏକ ଛୋଟ ସହରରୁ ଚାଷୀ ପରିବାରରୁ ଆସି ରାଜ୍ୟର ଜଣେ ସୁନାମଧନ୍ୟ ଡାକ୍ତର ଭାବରେ ପ୍ରତିଷ୍ଠିତ ହେବା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଜାତୀୟ ସ୍ତରରେ ନେତା ହେବା ଡ଼. ପ୍ରଧାନଙ୍କ ସେବା, ସମର୍ପଣ ଓ ପ୍ରତିବଦ୍ଧତାକୁ ସୂଚାଉଛି । ସମାଜ କଲ୍ୟାଣ ଓ ନୀତିଗତ ନେତୃତ୍ୱ ପ୍ରତି ତାଙ୍କର ଆଜୀବନ ପ୍ରତିବଦ୍ଧତା ଓଡ଼ିଶାର ସାମାଜିକ-ରାଜନୈତିକ ଦୃଶ୍ୟପଟ୍ଟରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛି ।