ବାରାଣାସୀରେ ‘ସାଠ୍ କେ ହେମନ୍ତ’ ପୁସ୍ତକର ଉନ୍ମୋଚନ

0
249
ଶୁକ୍ରବାର ଉତ୍ତରପ୍ରଦେଶର ବାରାଣାସୀ ଠାରେ ବିଶିଷ୍ଟ ପତ୍ରକାର, ଲେଖକ ଓ ସାହିତ୍ୟକାର ହେମନ୍ତ ଶର୍ମାଙ୍କ ଉପରେ ଲିଖିତ ସଂକଳନ ‘ସାଠ୍ କେ ହେମନ୍ତ’ ପୁସ୍ତକର ଉନ୍ମୋଚନ ସମାରୋହ

By Our Correspondent

BHUBANESWAR: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଉତ୍ତରପ୍ରଦେଶର ବାରାଣାସୀ ଠାରେ ବିଶିଷ୍ଟ ପତ୍ରକାର, ଲେଖକ ଓ ସାହିତ୍ୟକାର ହେମନ୍ତ ଶର୍ମାଙ୍କ ଉପରେ ଲିଖିତ ସଂକଳନ ‘ସାଠ୍ କେ ହେମନ୍ତ’ ପୁସ୍ତକର ଉନ୍ମୋଚନ ସମାରୋହରେ ଯୋଗ ଦେଇଛନ୍ତି ।

ଶ୍ରୀ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ପ୍ରଜାତନ୍ତ୍ରର ଅନନ୍ୟ ପରମ୍ପରା ରହିଛି । ଏହି ପରମ୍ପରାରେ କାଶୀ ହେଉଛି ଏକ ମନ୍ଥନ ସ୍ଥଳ । କାଶୀ ହେଉଛି ଏକ ପୁରାତନ ଜୀବନ୍ତ ସଭ୍ୟତା । ଦୁନିଆକୁ ଅନେକ କିଛି ଦେଇଥିବା ଏହି ପବିତ୍ର ସ୍ଥାନ ଗୁରୁର ପରମ୍ପରାକୁ ଜନ୍ମ ଦେଇଛି । ହାଓ୍ୱଡାରେ ଏକ ରାସ୍ତା ଗୁରୁ ନାମରେ ନାମିତ । ସେହିଭଳି ଭାବରେ କାଶୀ ମଧ୍ୟ ଏ ଦୃଷ୍ଟିରୁ ଅନନ୍ୟ । ମୁଁ ହିନ୍ଦି ସାହିତ୍ୟ ପ୍ରତି ଆସକ୍ତି ରଖେ ଏବଂ କାଶୀ ହିଁ ଏହି ଆସକ୍ତିକୁ ବଢାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ପତ୍ରକାର ହେମନ୍ତ ଶର୍ମାଙ୍କ ଉପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତଙ୍କ ଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନେକ ବ୍ୟକ୍ତିବିଶେଷ ‘ସାଠ୍ କେ ହେମନ୍ତ’ ପୁସ୍ତକରେ ନିଜର ଟିପ୍ପଣୀ ଦେଇଛନ୍ତି । ଶ୍ରୀ ଶର୍ମାଙ୍କ ଉପରେ ଏହି ସଂକଳନ ପ୍ରକାଶନ ହେବା ଖୁସିର ବିଷୟ । ତେବେ ତାଙ୍କର ବ୍ୟକ୍ତିତ୍ୱକୁ କିଛି କ୍ଷଣରେ ପ୍ରକାଶ କରାଯାଇପାରିବ ନାହିଁ । ଉନ୍ମୋଚିତ ପୁସ୍ତକଟି ଭାରତୀୟ ଜ୍ଞାନ ପରମ୍ପରାରେ ଏକ ନୂଆ ଅଧ୍ୟାୟ କିପରି ଯୋଡିବ, ଏହା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍ । ଏହି ପୁସ୍ତକଟି ଆଦୃତ ହେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।

୧୪୦  କୋଟି ଭାରତୀୟ ଗୌରବ ବଢାଇବାର ଚିନ୍ତା କରୁଥିବା ଲୋକ ହେଉଛନ୍ତି ପ୍ରଧାନମନ୍ତ୍ରୀ । ସେ ବିଶ୍ୱର କେଉଁ ସ୍ଥାନକୁ ଗଲେ କେବଳ ଗୁଜରାଟର ସମ୍ମାନ ବଢେ ନାହିଁ ସମଗ୍ର ଦେଶର ସମ୍ମାନ ବଢିଥାଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ରାମ ଦେବ, ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ସାଂସଦ ପ୍ରଫେସର ରାମଗୋପାଳ ଯାଦବ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here