ବାରମ୍ବାର ନୋଟିସ ପରେ ମଧ୍ଯ ଜୋରିମାନା ଦାଖଲ କରୁନଥିବା ଲିଜଧାରୀଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ ଏବଂ ଓ.ପି.ଡି.ଆର୍ ମାମଲା ରୁଜୁ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି

0
129
Chief Administrator of Shri Jagannath Temple Administration (SJTA), Arabinda Kumar Padhee -file

By Our Correspondent

PURI/BHUBANESWAR:    ଖୋର୍ଦ୍ଧା ଜିଲ୍ଲା ପଥର ଖଣି ଲିଜଧାରୀ ମାନେ ଧାର୍ଯ୍ୟ ଅନୁମୋଦିତ ପରିମାଣ ଠାରୁ ଅଧିକ ପରିମାଣର ନିର୍ମାଣ ପଥର ଏବଂ ମାଙ୍କଡ଼ା ପଥର ଉତ୍ତୋଳନ କରିଥିବାରୁ ଜୋରିମାନା ମୂଲ୍ୟ ଦାଖଲ କରିବାକୁ ୧୯ ଜଣ ଖଣି ଲିଜଧାରୀଙ୍କୁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ କ୍ରମେ ୭ଦିନିଆ ନୋଟିସ୍ ଜାରି କରାଯାଇଥିଲା।

ସେମାନଙ୍କ ମଧ୍ୟରୁ ଆଜି ଯାଏ ଖଣି ଲିଜଧାରୀମାନେ ସମୁଦାୟ 5 କୋଟି  21 ଲକ୍ଷ ଟଙ୍କା ଜୋରିମାନା ବାବଦକୁ ଶ୍ରୀମନ୍ଦିର ପ୍ରଶାସନରେ ଦାଖଲ ଦେଇଛନ୍ତି। ତେବେ ବାରମ୍ବାର ନୋଟିସ ପରେ ମଧ୍ଯ ଜୋରିମାନା ଦାଖଲ କରୁନଥିବା ଲିଜଧାରୀଙ୍କୁ କଳା ତାଲିକାଭୁକ୍ତ କରିବା ସହ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ ଏବଂ ଓ.ପି.ଡି.ଆର୍ ମାମଲା ରୁଜୁ କରିବାକୁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ, କିଛିଦିନ ପୂର୍ବରୁ ମୁଖ୍ୟ ପ୍ରଶାସକ  ଖଣି ଲିଜଧାରୀ ମାନଙ୍କୁ କେଉଁ ପରିସ୍ଥିତିରେ ଏଭଳି ବ୍ୟତିକ୍ରମ ହେଲା କୈଫିୟତ ଦାଖଲ କରିବାକୁ ନୋଟିସ୍  ଜାରି କରିଥିଲେ । ଏଥିରେ ଖିଲାପ ହେଲେ ଖଣିର ଚୁକ୍ତି ପତ୍ର ରଦ୍ଦ କରାଯିବ ବୋଲି କଡା ଶବ୍ଦରେ ସତର୍କ କରାଇଥିଲେ ।

LEAVE A REPLY

Please enter your comment!
Please enter your name here