By Biswanath Dash
BHUBANESWAR: ବସ୍ତିକୁ ଚାଲ ଅଭିଯାନ କ୍ରମରେ ଆଜି ଭୁବନେଶ୍ୱର ସହରାଞ୍ଚଳ ପୁଲିସ୍ ଜିଲ୍ଲାର ଖଣ୍ଡଗିରି ଥାନା ଅନ୍ତର୍ଗତ ରଘୁନାଥନଗର ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରଯାଇଥିଲା ।
ଭୁବନେଶ୍ଵର-କଟକ ଦ୍ଵୈତ ନଗରୀର ପୁଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ଆଇପିଏସ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସ୍ୱାସ୍ଥ୍ୟ ଶିବିରକୁ ଉଦ୍ଘାଟନ କରିଥିବା ବେଳେ ଅତିରିକ୍ତ ପୁଲିସ କମିଶନର ଶ୍ରୀ ବ୍ରିଜେଶ କୁମାର ରାୟ, ଆଇପିଏସ ଙ୍କ ସମେତ ଜୋନ-୩ ଏସିପି, ଆଇଆଇସି ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥତ ଥିଲେ ।
ଆଜିର ଏହି ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିରରେ ରିଜର୍ଭ ପୁଲିସ କାର୍ଯ୍ୟାଳୟର ଡାକ୍ତର ଏବଂ କର୍ମଚାରୀ, ସପ୍ତମ ବାଟାଲିଅନର ଡାକ୍ତର ଏବଂ କର୍ମଚାରୀ, ଏବଂ ଏସଏସ ବାଟାଲିଅନର ଡାକ୍ତର ଏବଂ କର୍ମଚାରୀ ମାନେ ଯୋଗଦାନ କରି ୨୦୦ ରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷାନିରୀକ୍ଷା କରିବା ସହିତ ରୋଗୀ ମାନଙ୍କୁ ଉଚିତ ପରାମର୍ଶ ଦେଇଥିଲେ । ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ଏହି ଭଳି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ।