ବଲାଙ୍ଗୀରରେ ୯ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ‘ପିଆର୍ ହାଇସ୍କୁଲ ଇନଡୋର ଷ୍ଟାଡିୟମ’ର ଲୋକାର୍ପଣ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ

0
385
ବଲାଙ୍ଗୀର ସହରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ‘ପୃଥ୍ୱୀରାଜ ହାଇସ୍କୁଲ ଇନଡୋର୍ ଷ୍ଟାଡିୟମ’ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

By Our Correspondent

BALANGIR/BHUBANESWAR:  ବଲାଙ୍ଗୀର ସହରରେ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ‘ପୃଥ୍ୱୀରାଜ ହାଇସ୍କୁଲ ଇନଡୋର୍ ଷ୍ଟାଡିୟମ’ ରାଜ୍ୟରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ରାଷ୍ଟ୍ରାୟତ ତୈଳ ଉଦ୍ୟୋଗ ଗେଲ୍ ଇଣ୍ଡିଆର ସାମାଜିକ ଦାୟିତ୍ୱ କାର୍ଯ୍ୟକ୍ରମ ଅଧୀନରେ ୯ କୋଟି ୯୦ ଲକ୍ଷ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମର ଉଦଘାଟନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଖେଳ ଜଣେ ବ୍ୟକ୍ତିର ସାମଗ୍ରିକ ବିକାଶକୁ ବର୍ଦ୍ଧିତ କରେ । ଏହି ଷ୍ଟାଡିୟମ କ୍ରୀଡ଼ା କ୍ଷେତ୍ରରେ ବଲାଙ୍ଗୀରର ସ୍କୁଲ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବ୍ୟକ୍ତିତ୍ୱକୁ ବିକଶିତ କରିବାରେ ସହାୟକ ହେବ । ପିଲାଙ୍କୁ ଶାରୀରିକ ରୂପେ ସୁସ୍ଥ ରଖିବା ପାଇଁ ଜାତୀୟ ଶିକ୍ଷା ନୀତିରେ ପାଠପଢା ସହ ଖେଳକୁ ପ୍ରାଥମିକତା ଦିଆଯାଇଛି । ଆଜି ବଲାଙ୍ଗୀରରେ ଏଭଳି ଏକ ଉନ୍ନତମାନର କ୍ରୀଡ଼ା ଭିତ୍ତିଭୂମି ସହ ଷ୍ଟାଡିୟମ ନିର୍ମାଣ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଧନ୍ୟବାଦ । ଏହି ଷ୍ଟାଡିୟମ ପଶ୍ଚିମ ଓଡ଼ିଶା ଓ ବଲାଙ୍ଗୀରରେ କ୍ରୀଡା ଭିତ୍ତିଭୂମିକୁ ମଜବୁତ୍ କରିବାରେ ସହାୟକ ହେବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜାତୀୟ ସ୍ତରର ଖେଳ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାସହ ବଲାଙ୍ଗୀରର ସବୁ ସ୍କୁଲକୁ ନେଇ ଏକ ବ୍ୟାଡମିଣ୍ଟନ ପ୍ରତିଯୋଗିତା କରିବା ପାଇଁ ଶ୍ରୀ ପ୍ରଧାନ ଜିଲ୍ଲା ଆଥଲେଟିକ୍ ଆସୋସିଏସନକୁ ଦାୟିତ୍ୱ ନେବା ପାଇଁ କହିଛନ୍ତି ।

ପିଆର୍ ହାଇସ୍କୁଲରେ ନବନିର୍ମିତ ଇନଡୋର ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିଛି । ଏଥିରେ ଜାତୀୟ ସ୍ତରର ୪ଟି ବ୍ୟାଡମିଣ୍ଟନ କୋଟ ରହିଛି । ପଶ୍ଚିମ ଓଡ଼ିଶା ଏବଂ ବିଶେଷ କରି ବଲାଙ୍ଗୀର ଜିଲ୍ଲାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ାରେ ଆଗକୁ ଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ଯୁବପିଢ଼ିଙ୍କ କ୍ରୀଡ଼ା ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଯୋଗାଇଦେବ ।  ଜରୁରୀ । ଯହାଦ୍ୱାରା ସେମାନଙ୍କ ପ୍ରତିଭା ଓ ମନୋବଳ ସୁଦୃଢ କରାଯାଇପାରିବ । ଏହି ଷ୍ଟାଡିୟମ ଦେଶର ଦୁର୍ଗମ ଅଞ୍ଚଳର କୋଣ ଅନୁକୋଣରେ ରହୁଥିବା ଗାଁରେ ଥିବା କ୍ରୀଡ଼ା ପ୍ରତିଭାମାନଙ୍କୁ ଚିହ୍ନଟ କରି ଲୋକଲୋଚନକୁ ଆଣିବାରେ ସଫଳ ହେବ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ବଲାଙ୍ଗୀରର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଧାନ ସମେତ କୃଷି ଉତ୍ପାଦିତ ସାମଗ୍ରୀର ଏମଏସପି ମୂଲ୍ୟକୁ ବୃଦ୍ଧି କରିବା ହେଉ କିମ୍ବା ଚାଷ କ୍ଷେତ୍ରକୁ ମଜବୁତ କରିବା ହେଉ, ପ୍ରଧାନମନ୍ତ୍ରୀ ସର୍ବଦା ଏହି ଅଞ୍ଚଳର ଚାଷୀଙ୍କୁ ସହଯୋଗ କରି ଆସିଛନ୍ତି । ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପନାରେ ନିର୍ମାଣାଧୀନ ବରଗଡ଼ ସ୍ଥିତ ଜୈବ ଇଥାନଲ ପ୍ଲାଣ୍ଟ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । ପ୍ରାୟ ୧୬୦୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ବରଗଡ ସମେତ ବଲାଙ୍ଗୀର, ସମ୍ବଲପୁର ଓ ସୋନପୁରର ଆଖପାଖ ଅଞ୍ଚଳର ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here