By Our Correspondent
NEW DELHI/BHUBANESWAR: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ପୂର୍ବତନ ସାଂସଦ ତ୍ରିଲୋଚନ କାନୁନଗୋଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ସ୍ଵାଭିମାନୀ, ସାଚ୍ଚୋଟ, ବିଜ୍ଞ ତଥା ପରୋପକାରୀ ବ୍ୟକ୍ତି ଥିଲେ ।
ସାଂସଦ ରୂପେ ତାଙ୍କ ଦ୍ବାରା କରାଯାଇଥିବା କାର୍ଯ୍ୟ ଚିର ସ୍ମରଣୀୟ ହୋଇ ରହିବ। ମୁଁ ଯେତେବେଳେ ୨୦୦୦ ମସିହାରେ ସାଂସଦ ରୂପେ ପ୍ରଥମ ଥର ସଂସଦକୁ ପ୍ରବେଶ କଲି ସେତେବେଳେ ସେ ମଧ୍ୟ ଜଣେ ସାଂସଦ ଥିଲେ । ସେ ମୋ ପାଇଁ ଜଣେ ପିତୃତୁଲ୍ୟ ବ୍ୟକ୍ତି ଥିଲେ, ତାଙ୍କ ନୀତି, ଆଦର୍ଶ ଓ ଶିକ୍ଷାରୁ ମୁଁ ବହୁଳ ଭାବେ ଉପକୃତ ହୋଇଛି । ତାଙ୍କର ବିୟୋଗ ମୋ ପାଇଁ ବ୍ୟକ୍ତିଗତ ଭାବେ ଏକ ଅପୂରଣୀୟ କ୍ଷତି।
ସେ ମୋ ପାଇଁ ସର୍ବଦା ଏକ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି। ଶ୍ରୀ ପଣ୍ଡା ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।