ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଦେବବ୍ରତ ସାହୁ ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି

0
110

By Our Correspondent

PURI/BHUBANESWAR:     ଆଜି ତା୬.୯.୨୦୨୪ରିଖ ଶୁକ୍ରବାର ପୂର୍ବାହ୍ନରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଦେବବ୍ରତ ସାହୁ ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି।

ଏହି ଅବସରରେ ପ୍ରଶାସନର ଅଧିକାରୀ ତଥା କର୍ମଚାରୀଙ୍କ ଉପସ୍ଥିତିରେ ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ନୂତନ ଉନ୍ନୟନ ପ୍ରଶାସକଙ୍କୁ ମହାପ୍ରଭୁଙ୍କ ଲାଗି ପାଟବସ୍ତ୍ର ଦେଇ ସ୍ଵାଗତ କରିଥିଲେ l

ଏହି ଅବସରରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ସହ ସହ ଶ୍ରୀମନ୍ଦିର ପରମ୍ପରା ତଥା ନୀତିକାନ୍ତି ବିଷୟରେ ଅବଗତ କରାଇଥିଲେ ମୁଖ୍ୟ ପ୍ରଶାସକ l ପରେ ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ସମସ୍ତ ଅଧିକାରୀ ମାନେ ମିଳିତ ଭାବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିବା ସହ ପ୍ରବଳ ବର୍ଷା ସତ୍ତ୍ୱେ ଆନନ୍ଦ ବଜାର ସମେତ ଅନ୍ୟନ୍ୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ l

LEAVE A REPLY

Please enter your comment!
Please enter your name here