ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଓଡିଶାର ସାମୁହିକ ଓ ସନ୍ତୁଳିତ ବିକାଶ ଏବଂ ଯାତ୍ରୀ ସୁବିଧା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ, ଡବଲ ଇଞ୍ଜିନ୍ ସରକାରର ପ୍ରଭାବ: ମନମୋହନ ସାମଲ

0
63

By Our Correspondent

BHUBANESWAR:   କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଓଡିଶାର ବିକାଶକୁ ଗତି ମିଳିଛି । ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଥିବାବେଳେ ଓଡିଶାରେ ଅଧିକ ଟ୍ରେନ୍ ଚଳାଚଳ ପାଇଁ ମୋଦି ସରକାର ନିୟମିତ ଦୃଷ୍ଟି ଦେଉଛନ୍ତି । ମୋଦି ସରକାର ଆସିବା ଦିନ ଠାରୁ ରେଳ ବଜେଟ୍‌ରେ ଓଡିଶାକୁ ପର୍ଯ୍ୟାପ୍ତ ଅର୍ଥ ପ୍ରଦାନ କରି ରାଜ୍ୟର ରେଳ ଭିତିଭୂମିକୁ ସୁଦୃଢ କରିଛନ୍ତି ।

ଓଡିଶା ପାଇଁ ଆଉ ଏକ ଖୁସିର ଖବର ହେଉଛି ଆସନ୍ତା ୧୫ ତାରିଖରେ ଓଡିଶାରେ ଚାଲିବ ଆଉ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ପ୍ରକାଶ ଥାଉ କି, ପୂର୍ବରୁ ୩ଟି ବନ୍ଦେ ଭାରତ ଟ୍ରେନ୍ ଓଡିଶା ମଧ୍ୟରେ ନିୟମିତ ଚଳାଚଳ କରୁଛି ଏହା ହେଉଛି ଡବଲ ଇଞ୍ଜିନ୍ ସରକାରର ପ୍ରଭାବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଅନ୍ୟ ପଟେ ବିଗତ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଓଡିଶାରେ ରେଳବାଇ ବିକାଶ ବାଧାପ୍ରାପ୍ତ ହେଉଥିଲା । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ ହେବା ପରେ ବର୍ତମାନ ସମସ୍ତ ବାଧାବିଘ୍ନକୁ ଦୂର କରାଯାଇ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି ।

ରେଳ ଚଳାଚଳରେ ଓଡିଶାକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଜ୍ୟରେ ସମୁଦାୟ ୬ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ଓଡିଶାର ସାମୁହିକ ଓ ସନ୍ତୁଳିତ ବିକାଶ ଏବଂ ଯାତ୍ରୀ ସୁବିଧା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାର ସର୍ବାଙ୍ଗୀନ ଉନ୍ନତି ସକାଶେ ପ୍ରଧାନମନ୍ତ୍ରୀଙ୍କ ଆନ୍ତରିକତା ଓ ରେଳମନ୍ତ୍ରୀଙ୍କ ପ୍ରଚେଷ୍ଟା ପାଇଁ ରାଜ୍ୟ ସଭାପତି ଶ୍ରୀ ସାମଲ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଏବଂ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here