ବଣେଇ ବିଧାନସଭା ଅନ୍ତର୍ଗତ ଲହୁଣୀପଡ଼ା ଓ କୋଇଡା ବ୍ଳକରେ  ସୁନ୍ଦରଗଡ ସାଂସଦ ଶ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ଆରମ୍ଭ ହେଲା  “ମୋ ମାଟି- ମୋ ଦେଶ” ଅଭିଯାନ 

0
361
ରାଷ୍ଟ୍ରପାଇଁ ବଳିଦାନ ଦେଇଥିବା ସହୀଦ ବୀରମାନଙ୍କର ସମ୍ମାନର୍ଥେ ବିଜେପି ତରଫରୁ ସମଗ୍ର ଦେଶରେ ଚାଲିଥିବା “ମୋ ମାଟି- ମୋ ଦେଶ” କାର୍ଯ୍ୟକ୍ରମ ଅବସରରେ ଗତକାଲି ବଣାଇ ବିଧାନସଭା ଅନ୍ତର୍ଗତ ବଣାଇର ଶ୍ରୀଶ୍ରୀ ବାବା ବାଣେଶ୍ଵର ମନ୍ଦିରରୁ "ଅମୃତ କଳସ ଯାତ୍ରା" ର ଶୁଭାରମ୍ଭ ସୁନ୍ଦରଗଡର ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧକ୍ଷ ଶ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ହୋଇଯାଇଛି l ଏହି ଅବସରରେ ଆଜି ଦ୍ୱିତୀୟ ଦିନରେ ଶ୍ରୀ ଓରାମ ଲହୁଣୀପଡ଼ା ଓ କୋଇଡା ବ୍ଲକରେ ଅମୃତ କଳସ ଯାତ୍ରା ଆରମ୍ଭ କରିଛନ୍ତି l

By Our Correspondent

KOIRA/BONAI: ରାଷ୍ଟ୍ରପାଇଁ ବଳିଦାନ ଦେଇଥିବା ସହୀଦ ବୀରମାନଙ୍କର  ସମ୍ମାନର୍ଥେ ବିଜେପି ତରଫରୁ ସମଗ୍ର ଦେଶରେ ଚାଲିଥିବା “ମୋ ମାଟି- ମୋ ଦେଶ” କାର୍ଯ୍ୟକ୍ରମ ଅବସରରେ ଗତକାଲି ବଣାଇ ବିଧାନସଭା ଅନ୍ତର୍ଗତ   ବଣାଇର   ଶ୍ରୀଶ୍ରୀ ବାବା ବାଣେଶ୍ଵର ମନ୍ଦିରରୁ “ଅମୃତ କଳସ ଯାତ୍ରା” ର ଶୁଭାରମ୍ଭ  ସୁନ୍ଦରଗଡର ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧକ୍ଷ ଶ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ହୋଇଯାଇଛି l  ଏହି ଅବସରରେ ଆଜି ଦ୍ୱିତୀୟ ଦିନରେ ଶ୍ରୀ ଓରାମ ଲହୁଣୀପଡ଼ା ଓ କୋଇଡା ବ୍ଲକରେ ଅମୃତ କଳସ ଯାତ୍ରା ଆରମ୍ଭ କରିଛନ୍ତି l

  ପ୍ରଥମେ ଲହୁଣୀପଡ଼ା ସ୍ଥିତ ଶିବ ମନ୍ଦିରରେ ପୂଜାର୍ଚନା କଲାପରେ ଶହ ଶହ କାର୍ଯ୍ୟକର୍ତାଙ୍କ ସହିତ ଲହୁଣୀପଡ଼ା ଗ୍ରାମ ପଞ୍ଚାୟତର ଆଖପାଖ ଗ୍ରାମମାନଙ୍କରେ ଘର ଘର ବୁଲି ମାଟି ଓ ଚାଉଳ ସଂଗ୍ରହ କରିଛନ୍ତି l ସେହିପରି କୋଇଡା ବ୍ଲକ ଅନ୍ତର୍ଗତ କେ.ବଲାଙ୍ଗ ଗ୍ରାମ ପଂଚାୟତରେ ମଧ୍ୟ ଅମୃତ କଳସ ଧରି ପ୍ରତ୍ୟେକ ଘରୁ ପବିତ୍ର ମାଟି ଓ ଚାଉଳ ସଂଗ୍ରହ କରିଛନ୍ତି l ପ୍ରତ୍ୟେକ ଗ୍ରାମରେ ଶ୍ରୀ ଓରାମଙ୍କୁ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ଶଙ୍କ,ହୁଳହୁଳି ଓ ସଂକୀର୍ତନ କରାଯାଇ ଭବ୍ୟ ସ୍ୱାଗତ କରାଯାଇଥିଲା l

କାର୍ଯ୍ୟକ୍ରମ ପରେ ଶ୍ରୀ ଓରାମ କେ. ବଲାଙ୍ଗ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବୁଲିଯାଇ ସେଠାରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କୁ ଭେଟି ସେମାନଂକର ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ହସ୍ପିଟାଲର ବିଭିନ୍ନ ସମସ୍ୟା ନେଇ  ଡାକ୍ତରମାନଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ l

ଏହି କାର୍ଯ୍ୟକ୍ରମମାନଙ୍କରେ ବଣେଇ ସାଙ୍ଗଠନିକ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ରାହାସ ବିହାରୀ ପ୍ରଧାନ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶ୍ରୀମତୀ ସେବତୀ ନାଏକ,  ଜିଲ୍ଲା ଉପ ସଭାନେତ୍ରୀ ଶ୍ରୀମତୀ ଦିବ୍ୟମଞ୍ଜରୀ ଶେଖର ଦେଓ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ହେମନ୍ତ କୁମାର ସାହୁ,, ମହିଳା ମୋର୍ଚ୍ଚାର ଶ୍ରୀମତୀ ଜୟନ୍ତୀ ମହାନ୍ତ, ଲହୁଣୀପଡ଼ା ମଣ୍ଡଳ ସଭାନେତ୍ରୀ ଶ୍ରୀମତୀ ନମିତା ମହାନ୍ତ, କୋଇଡା ମଣ୍ଡଳ ସଭାପତି ଶ୍ରୀ ମେଲୋରି ବାରିକ ସମେତ ଶହଶହ କାର୍ଯ୍ୟକର୍ତା ଓ ଗ୍ରାମବାସୀମାନେ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here