ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଉଦ୍ଘାଟିତ

0
66

By Our Correspondent

CHOUDWAR:    ଇମ୍ଫା ଶିଳ୍ପ ଗୋଷ୍ଠିର ସାମାଜିକ ଦାଇତ୍ୱବୋଧ ଶାଖା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ୬ଟି  ଗୋଷ୍ଠୀ ଶିକ୍ଷା କେନ୍ଦ୍ର ଉଦ୍ଘାଟନ  କାର୍ଯ୍ୟକ୍ରମ ସ୍ଥାନୀୟ ଟାଙ୍ଗି ଚୌଦ୍ୱାର ବ୍ଲକ ଅଧିନସ୍ଥ ମହିଷାଲଣ୍ଡାର କଲ୍ଯାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ଟାଙ୍ଗୀ ଚୌଦ୍ୱାର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ କୁନ୍ତଳା ଖଟୁଆ ଉଦ୍ଘାଟନ କରିବାଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ଅରୁନ୍ଧତୀ ମିଶ୍ର, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କଲ୍ୟାଣି ରାଉତ, ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର ଉପସଭାପତି ଶ୍ରୀ ଧର୍ମେଶ ଗୋହେଲ, ଇମ୍ଫାର ଲୋକସମ୍ପର୍କ ଅଧିକାରୀ ଶ୍ରୀ ଧ୍ରୁବ ଚରଣ ରାଉତ,  ମାନବସମ୍ବଳ ଅଧିକାରୀ ଶ୍ରୀ ନିରଞ୍ଜନ ସାହୁ, ସମିତି ସଭ୍ୟ ଶ୍ରୀ ଟୁଟୁ ରାଉତ ଓ ୭୦ ରୁ ଅଧିକ ଛାତ୍ରୀ ଉପସ୍ଥିତ ଥିଲେ । ଇମ୍ଫା ଦ୍ଵାରା ସମୁଦାୟ ୨୫ଟି ଗୋଷ୍ଠୀ ଶିକ୍ଷା କେନ୍ଦ୍ର କରଞ୍ଜି , ମଙ୍ଗରାଜପୁର ଓ ମହିଷାଲଣ୍ଡା ଗ୍ରାମ ପଞ୍ଚାଯତରେ ୭୦୦ରୁ ଊଦ୍ଧ୍ହ ନିରକ୍ଷର ମହିଳା ମାନଙ୍କୁ ନେଇ ପ୍ରାଥମିକ ଶିକ୍ଷା ପ୍ରଦାନ କରୁଅଛି ।

ମୁଖ୍ୟ ଅତିଥି ଶ୍ରୀମତୀ ଖଟୁଆ ଓ ସମ୍ମାନୀୟ ଅତିଥି ଶ୍ରୀମତୀ  ମିଶ୍ର ଇମ୍ଫାର ଏହିଭଳି କାର୍ଯ୍ୟକ୍ରମକୁ ଖୁବ ପ୍ରଶଂସା କରି ପୁର୍ନଶ୍ଚ ଏହି ଗୋଷ୍ଠୀ ଶିକ୍ଷାକେନ୍ଦ୍ରକୁ ପରିଦର୍ଶନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ରାଉତ ଓ ସମିତି ସଭ୍ୟ ଶ୍ରୀ ଟୁଟୁ ରାଉତ ତାଙ୍କ ପଞ୍ଚାୟତରେ ଇମ୍ଫା ଦ୍ଵାର ହେଇଥିବା ସମସ୍ତ ଉନ୍ନତି କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନର କର୍ମଚାରୀ ଶ୍ରୀ ରାକେଶ କୁମାର ମିଶ୍ର, ଚନ୍ଦ୍ର ଶେଖର ମହାପାତ୍ର, ମନୋଜ ମହାପାତ୍ର, ପିଙ୍କି ସାହୁ ଓ ନିର୍ଲିପ୍ତା ପାତ୍ର ପରିଚାଳନା କରିଥିଲେ ଓ ଇମ୍ଫାର ଶ୍ରୀ ମାନସ ପ୍ରଧାନ, ଶ୍ରୀ ଅଭିଷେକ ଘୋଷ ଯୋଗ ଦେଇ ଅତିଥି ମାନଙ୍କୁ ଧନ୍ୟବାଦ ଦେଇ , କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

 

LEAVE A REPLY

Please enter your comment!
Please enter your name here