ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ୧୧୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ_- ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱ ନେତୃତ୍ୱକୁ କୋଣାର୍କ ଚକ୍ର ତଳେ ଏକାଠି କରିଥିବା ପ୍ରଧାନମନ୍ତ୍ରୀ ଆଜିର ଡିଜିଟାଲ ଯୁଗରେ ଆନିମେସନ ଜରିଆରେ ବିଶ୍ୱର କୋଣ କୋଣକୁ କୋଣାର୍କ ଏବଂ ଓଡ଼ିଶୀ ନୃତ୍ୟକୁ ପହଂଚାଇବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି

0
77

By Our Correspondent

BHUBANESWAR:   ଭାରତୀୟ ସଂସ୍କୃତି, ପରଂପରା, ଐତିହ୍ୟ, କଳା, ଭାଷା ଆଦି ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରି ପ୍ରତ୍ୟେକ ଭାରତୀୟଙ୍କୁ ଗୈାରବ୍ୱାନିତ କରିଛନ୍ତି ଦେଶର ନେତୃତ୍ୱ ନେଉଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । ଭଗବାନ ବିର୍ସା ମୁଣ୍ଡା, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜନ୍ମଜୟନ୍ତୀକୁ ପାଳନ କରିବା ପାଇଁ ଆହ୍ୱାନ ଦେଇ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶର ସ୍ୱତନ୍ତ୍ରତାକୁ ପୁଣି ଥରେ ସାମ୍ନାକୁ ଅଣିଛନ୍ତି ।

ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଆସନ୍ତା ୩୧ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା “ରନ୍ ଫର୍ ୟୁନିଟି”ରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ଭାରତବର୍ଷ ଆଜି ସମସ୍ତ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ଓ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛି । ବିଶ୍ୱ ନେତୃତ୍ୱ ନେବା ପାଇଁ ଭାରତବର୍ଷ ଆଜି ପ୍ରସ୍ତୁତ ।

ବିକଶିତ ଭାରତ ଗଠନ ପାଇଁ ଆମେ ଯାତ୍ରା ଆରମ୍ଭ କରିଦେଇଛୁ । ଏହି ସମୟରେ ଆମେ ଅନେକ ଚ୍ୟାଲେଂଜର ସମ୍ମୁଖୀନ ହେବା । ବିଶେଷ ଭାବେ ସୁଚନା ଓ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଗୋଟିଏ ପଟେ ଆନିମେସନ ଦୁନିଆରେ ଭାରତର ପ୍ରାଧାନ୍ୟ ବଢି ଚାଲିଥିବାବେଳେ ଅନ୍ୟପଟେ ଡିଜିଟାଲ ଆରେଷ୍ଟ” ଭଳି ଭୟଭୟତାକୁ ସମ୍ମୁଖିନ କରି ସମସ୍ୟାର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରଂପରା, କଳାକୁ ସର୍ବଦା ଗୁରୁତ୍ୱ ଦେଇଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ । ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱ ନେତୃତ୍ୱକୁ କୋଣାର୍କ ଚକ୍ର ତଳେ ଏକାଠି କରିଥିବା ପ୍ରଧାନମନ୍ତ୍ରୀ ମୋଦିଜୀ ଆଜିର ଡିଜିଟାଲ ଯୁଗରେ ଆନିମେସନ ଜରିଆରେ ବିଶ୍ୱର କୋଣ କୋଣକୁ କୋଣାର୍କ ଓ ଓଡିଶୀ ନୃତ୍ୟକୁ ପହଂଚାଇବାର ଉଦ୍ୟମକୁ ପ୍ରଶଂସା କରିଛନ୍ତି । ବିକଶିତ ଓଡିଶା ଗଠନ ପାଇଁ ମୋଦି ସରକାର ବଦ୍ଧପରିକର ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଜନଆନ୍ଦୋଳନରେ ପରିଣତ ହୋଇଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ମନ କି ବାତ” କାର୍ଯ୍ୟକ୍ରମର ୧୧୫ତମ ସଂସ୍କରଣକୁ ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୨୯ ନମ୍ବର ୱାର୍ଡରେ ରାଜ୍ୟ ସଭାପତି ଶ୍ରୀ ସାମଲ ଶୁଣିଥିଲେ । ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ସ୍ଥାନୀୟ କର୍ପୋରେଟର ଅପରୂପ ରାଉତ ପ୍ରମୁଖଙ୍କ ସମେତ ଅନେକ କାର୍ଯ୍ୟକର୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ ।

‘ମନ କି ବାତ’ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ, କ୍ରୀଡା, ପର୍ଯ୍ୟଟନ, ସଂସ୍କୃତି ସମେତ ସ୍ୱାବଲମ୍ବୀ ଭାରତ ଗଠନ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି । ଏହା ୧୪୦କୋଟି ଦେଶବାସୀଙ୍କୁ ନିଶ୍ଚିତ ଅନୁପ୍ରାଣିତ କରିବ ବୋଲି ଶ୍ରୀ ସାମଲ କହିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here