ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ନୂଆ ଯୋଡିହେବେ ଓଡ଼ିଶାର ପ୍ରାୟ ୫ ଲକ୍ଷ ମା’ ଭଉଣୀ

0
280
‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯୋଡାଯିବା ନେଇ ମିଳିଥିବା କ୍ୟାବିନେଟ ମଞ୍ଜୁରୀ ଫଳରେ ଓଡ଼ିଶାର ଆନୁମାନିକ ପ୍ରାୟ ୫ ଲକ୍ଷ ନୂଆ ମାଆ ଭଉଣୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ

By Our Correspondent

BHUBANESWAR:   ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯୋଡାଯିବା ନେଇ ମିଳିଥିବା କ୍ୟାବିନେଟ ମଞ୍ଜୁରୀ ଫଳରେ ଓଡ଼ିଶାର ଆନୁମାନିକ ପ୍ରାୟ ୫ ଲକ୍ଷ ନୂଆ ମାଆ ଭଉଣୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ । ଏହି ନିଷ୍ପତି ଦ୍ୱାରା ପରିବାରରେ ଖୁସି ଆସିବ ଏବଂ ନାଗରିକଙ୍କ ଜୀବନ ଆହୁରି ସହଜ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡ଼ିଶାର ମାଆ ଓ ଭଉଣୀ ମାନଙ୍କ ସୁରକ୍ଷା ଏବଂ ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । ଗତକାଲି ଓଡ଼ିଶାର ମାତୃଶକ୍ତିର କଲ୍ୟାଣ ପାଇଁ ‘ରାକ୍ଷୀ ଅବସର’ରେ ପ୍ରଧାନମନ୍ତ୍ରୀ ବଡ଼ ଉପହାର ସ୍ୱରୂପ ରୋଷେଇ ଗ୍ୟାସର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ।

ଏହି ନିଷ୍ପତି ଫଳରେ ଓଡ଼ିଶାର ୯୬ ଲକ୍ଷ ହିତାଧିକାରୀ ରେଷେଇ ଗ୍ୟାସର ନିର୍ଦ୍ଧାରିତ ମୂଲ୍ୟ ଠାରୁ ୨୦୦ ଟଙ୍କା କମ ମୂଲ୍ୟରେ ଗ୍ୟାସ ପାଇବେ ଏବଂ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୃକ୍ତ ୫୩ ଲକ୍ଷରୁ ଅଧିକ ହିତାଧିକାରୀମାନେ ନିର୍ଦ୍ଧାରିତ ମୂଲ୍ୟରୁ ୪୦୦ ଟଙ୍କା କମ ମୂଲ୍ୟରେ ଗ୍ୟାସ ପାଇ ଉପକୃତ ହେବେ । ୨୦୧୪ରେ ଓଡ଼ିଶାରେ ୧ କୋଟି ଘରୁ ୨୦ ଲକ୍ଷ ଘରେ ଗ୍ୟାସ ସଂଯୋଗ ଥିଲା । ମୋଦି ସରକାରରେ ଏହି ସଂଖ୍ୟା ବଢି ୯୬ ଲକ୍ଷରେ ପହଞ୍ଚିଛି । 

 ଓଡ଼ିଶା ସମେତ ସମଗ୍ର ଦେଶବାସୀ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ମାଆ ଭଉଣୀମାନେ ରକ୍ଷା ବନ୍ଧନ ପାଳନ କରିବା ପାଇଁ ଏକାଠି ହୋଇଛନ୍ତି । ମାଆ ମାନଙ୍କର ସଶକ୍ତିକରଣ ହେଲେ ସମାଜର ସଶକ୍ତିକରଣ ହେବ । ମୋଦି ଚଟାଣ ଭଳି ଓଡ଼ିଶାର ମା ଭଉଣୀଙ୍କ ସହ ଛିଡା ହୋଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here